ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରାଫିକ୍‌ ନିୟମ ଉଲ୍ଲଘଂନକାରୀଙ୍କୁ ଗଣିବାକୁ ପଡ଼ୁଛି ମୋଟା ଅଙ୍କର ଜରିମାନା। ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ପୋଲିସ ଓ ପବ୍ଲିକ୍‌ ମୁହାଁମୁହିଁ ହେବାର ପରିସ୍ଥିତି ସୃଷ୍ଟି ହୋଇଛି। ଏହାପରେ ଆରମ୍ଭ ହେଲା ଇ-ଚାଲାଣ ବ୍ୟବସ୍ଥା। ହେଲେ ଏଥିରେ ବି ତ୍ରୁଟି ପରିଲକ୍ଷିତ ହୋଇଛି।

ଘରୁ ଗାଡ଼ି ନ ବାହାରି ବି ଚାଲାଣ କଟୁଥିବା ବେଳେ କାର୍‌ ଚାଳକ ନିକଟରୁ ହେଲେମେଟ୍‌ ପିନ୍ଧି ନଥିବା ଅଭିଯୋଗରେ ଚାଲାଣ ଆସୁଛି। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ‘‘ଯେଉଁମାନେ ଗାଡ଼ି ଚଳାଉଥିବା ବେଳେ ଟ୍ରାଫିକ୍‌ ନିୟମ ଭଙ୍ଗ କରୁଥିବେ ଏବଂ ଧରାପଡ଼ିଲେ ଖସି ପଳାଉଥିବେ, ସେମାନଙ୍କୁ ସିସିଟିଭି ଫୁଟେଜ୍‌ ମାଧ୍ୟମରେ ଚିହ୍ନଟ କରାଯାଇ ତାଙ୍କ ଘରକୁ ଚାଲାଣ ପଠାଇ ଦିଆଯିବ।’’

ତେବେ ଭୁଲ୍‌ରେ ଚାଲାଣ ଯାଉଥିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ‘‘ଯଦି ଭୁଲରେ ଚାଲାଣ କଟାଯାଇଥିବ, ତେବେ ଟଙ୍କା ପେରସ୍ତ ହେବ।’’

Comment