ଓଡ଼ିଶାଲାଇଭ୍ ବ୍ୟୁରୋ

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦମଦାର ବିଜୟ ସହ ସିରିଜ୍ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ଶୁକ୍ରବାର କୋହଲିଙ୍କ ବ୍ୟାଟିଂ ଆଗରେ ହାର ମାନିଛି ୱେଷ୍ଟଇଣ୍ଡିଜ୍। ଯାହାଫଳରେ ଭାରତ ପ୍ରଥମ ଟି-୨୦କୁ ୬ ୱିକେଟରେ ଜିତିନେଇଛି। ଏହି ମ୍ୟାଚରେ ଅଧିନାୟକ କୋହଲି ରନ୍ ବର୍ଷା ସହ ରେକର୍ଡ ବର୍ଷା ମଧ୍ୟ କରିଛନ୍ତି। କୋହଲି ତାଙ୍କ ୯୪ ରନର ଅପରାଜିତ ଇଂନିସ ଭିତରେ ଅନେକ ରେକର୍ଡ ପ୍ରତିଷ୍ଠା କରିଛନ୍ତି।

କୋହଲି ବର୍ତ୍ତମାନ ଟି-୨୦ କ୍ରିକେଟରେ ସବୁଠାରୁ ଅଧିକ ରନ୍ ସଂଗ୍ରହ କରିଥିବା ଖେଳାଳି ହୋଇଯାଇଛନ୍ତି। ତାଙ୍କ ପୂର୍ବରୁ ରୋହିତଙ୍କ ନାଁରେ ସବୁଠୁ ଅଧିକ ରନ୍ ସଂଗ୍ରହ କରିଥିବା ଖେଳାଳି ଥିଲେ। ରୋହିତଙ୍କୁ ପାର୍ କରି କୋହଲି ଶୁକ୍ରବାର ଏହି ରେକର୍ଡ କରିଛନ୍ତି।

ସେହିପରି ଟି-୨୦ କ୍ରିକେଟରେ ସବୁଠୁ ଅଧିକ ଥର ଅର୍ଦ୍ଧଶତକ କରିବାର ରେକର୍ଡ ମଧ୍ୟ କରିଛନ୍ତି ବିରାଟ କୋହଲି। ସେ ଏହାକୁ ମିଶାଇ ବର୍ତ୍ତମାନ ମୋଟ ୨୩ ଥର ଟି-୨୦ରେ ଅର୍ଦ୍ଧଶତକ କରିସାରିଛନ୍ତି।

ଶୁକ୍ରବାର କୋହଲି ବ୍ୟକ୍ତିଗତ ଭାବେ ୯୪ରନର ମାରାଥନ୍ ଇଂନିସ୍ ଖେଳିଥିଲେ। ଏହା ତାଙ୍କ ଟି-୨୦ କ୍ୟାରିଅରର ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଏହା ପୂର୍ବରୁ କୋହଲିଙ୍କ ଟି-୨୦ରେ ସର୍ବାଧିକ ୯୦ ରନ୍ କରିଥିଲେ।

ବର୍ତ୍ତମାନ ସୁଦ୍ଧା କୋହଲି ଟି-୨୦ ଫର୍ମାଟରେ ମୋଟ ୨୪୧ଟି ଚୌକା ଲଗାଇସାରିଲେଣି। ଏହା କୌଣସି ଅନ୍ତର୍ଜାତୀୟ ଟି-୨୦ ଖେଳାଳିଙ୍କ ପାଇଁ ସର୍ବାଧିକ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଟି-୨୦ରେ ଏତେ ସଂଖ୍ୟକ ଚୌକା ମାରିନାହାନ୍ତି।

Comment