ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜର ଆଜି ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। କେରଳର ଥିରୁଅନନ୍ତପୁରମ୍‌ ଗ୍ରୀନଫିଲଡ୍ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆ, ଏହି ମ୍ୟାଚରେ ବିଜୟୀ ହୋଇ ସିରିଜ୍ କବଜା କରିବା ଲକ୍ଷ୍ୟରେ ଅଛି। ତେଣୁ ବିରାଟ ବାହିନୀ ପୁଣିଥରେ ଘରୋଇ ପରିବେଶରେ ସିରିଜ ଜିତିବାକୁ ଚେଷ୍ଟା କରିବ।

ଅନ୍ୟପଟେ ଓ୍ଵେଷ୍ଟଇଣ୍ଡିଜ୍ ପାଇଁ ଏହା କର ବା ମର ଭଳି ମ୍ୟାଚ୍ ହେବ। ଏହି ମ୍ୟାଚକୁ ହାରିଲେ ଇଣ୍ଡିଜ୍ ସିରିଜ୍ ହାତଛଡ଼ା କରିବ। ତେଣୁ ଇଣ୍ଡିଜ୍ ମଧ୍ୟ ଏହି ମ୍ୟାଚକୁ ଗମ୍ଭୀରତାର ସହ ନେବାକୁ ଚେଷ୍ଟା କରିବ।

ଦୁଇ ଦଳକୁ ଦେଖିଲେ ଭାରତକୁ ବର୍ତ୍ତମାନ ବୋଲିଂ ଓ ଫିଲ୍ଡିଂ ଚିନ୍ତା ଘାରିଛି। ଗତମ୍ୟାଚରେ ଦଳର ବୋଲିଂ ଓ ଫିଲ୍ଡିଂ ସନ୍ତୋଷଜନକ ନଥିଲା। ବୋଲିଂରେ ବୋଲରମାନେ ମହଙ୍ଗା ସାବ୍ୟସ୍ତ ହେଉଥିବାବେଳେ ଫିଲଡିଂରେ ଖେଳାଳିମାନେ ଅନେକ କ୍ୟାଚ୍ ହାତଛଡ଼ା କରିଥିଲେ।

ସେହିପରି ଇଣ୍ଡିଜ୍ ମଧ୍ୟ ନିଜ ଭୁଲକୁ ସୁଧାରି ଏହି ମ୍ୟାଚରେ ପଡ଼ିଆକୁ ଓହ୍ଲାଇବ। ୱେଷ୍ଟଇଣ୍ଡିଜ ଅଧିନାୟକ କିରଣ ପୋଲାର୍ଡ ଭାରତ ପାଇଁ ବିପଦ ହୋଇପାରନ୍ତି ବୋଲି ସେ ପ୍ରଥମ ମ୍ୟାଚରେ ପ୍ରମାଣିତ କରିସାରିଛନ୍ତି।

Comment