ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସିଡ ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ୱାଲଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଥିବା ଫିଲ୍ମ ଛପାକର ଟ୍ରେଲର ମଙ୍ଗଳବାର ଲଞ୍ଚ୍‌ ହୋଇଛି। ଟ୍ରେଲର ଲଞ୍ଚ୍‌ ପାଇଁ ଆଜି ମୁମ୍ବାଇରେ ଏକ ସ୍ୱତନ୍ତ୍ର ଆୟୋଜନ ହୋଇଥିଲା। ଟ୍ରେଲର ଲଞ୍ଚ୍‌ ସମୟରେ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଦୀପିକା ପାଦୁକୋନଙ୍କୁ କାନ୍ଦିବାର ଦେଖିବାକୁ ମିଳିଥିଲା।

‘‘ଏ ଫିଲ୍ମ କୌଣସି ଘଟଣାକୁ ନେଇ ନୁହେଁ ବରଂ ଏହା ଘଟଣା ସହ ଲଢ଼ିବା ଏବଂ ତାହା ଉପରେ ବିଜୟୀ ହାସଲ କରିବାର କାହାଣୀକୁ ନେଇ ର୍ନିମିତ ହୋଇଛି। ସୌଭାଗ୍ୟବଶତଃ ଏହି ଫିଲ୍ମ ମତେ ମିଳିଛି’’, ଏହି ଅବସରରେ କହିଛନ୍ତି ଦୀପିକା।

ସେ ଆହୁରି ମଧ୍ୟ କହିଛନ୍ତ,‘‘ ଦର୍ଶକ ଫିଲ୍ମକୁ ଯେମିତି ବି ଗ୍ରହଣ କରନ୍ତୁ। କିନ୍ତୁ ଏହି ଫିଲ୍ମ ମୋ ପାଇଁ ସ୍ପେଶାଲ’’।

ଏହି ଫିଲ୍ମରେ ମେଘନା ଗୁଲଜାର ନିର୍ଦ୍ଦେଶନା ଦେଇଥିବାବେଳେ ଏହା ଆସନ୍ତା ଜାନୁଆରୀ ମାସ ୧୦ ତାରିଖରେ ରିଲିଜ ହେବ।

Comment