ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ପଚରାଉଚରା ପାଇଁ ପୁଣିଥରେ ସମନ୍‌ କରିଛି ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ)। ସମନ ପାଇବା ପରେ କରିସ୍ମା କିନ୍ତୁ ଏନ୍‌ସିବି ଅଫିସରେ ପହଞ୍ଚି ନାହାନ୍ତିା

କିଛି ଦିନ ତଳେ ଏନସିବି କରିସ୍ମା ପ୍ରକାଶଙ୍କ ଘରେ ଚଢ଼ାଉ କରିଥିଲା। ଯେଉଁଥିରେ ତାଙ୍କ ଘରୁ ହରୀଶ ନାମକ ଏକ ନିଶାଦ୍ରବ୍ୟ ମିଳିଥିଲା। ଏହାପରେ ଏନସିବି କରିସ୍ମାଙ୍କୁ ପଚରାଉଚୁରା କରିବାକୁ ଦୁଇଥର ସମନ ପଠାଇବା ପରେ ବୁଧବାର ଏନ୍‌ସିବିରେ ହାଜର ହୋଇଥିଲେ କରିସ୍ମା।

ଅନ୍ୟପଟେ କରିସ୍ମା ଏନ୍‌ଡିପିଏସ୍‌ କୋର୍ଟରେ ଆଗୁଆ ଜାମିନ୍ ଆବେଦନ କରି କରିଛନ୍ତି। ନଭେମ୍ବର ୭ଯାଏଁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିବା ଜଣାପଡ଼ିଛିା ତେଣୁ ୭ ତାରିଖ ଯାଏଁ ଏନସିବି ଦୀପିକାଙ୍କୁ ଗିରଫ କରିପାରିବ ନାହିଁ।

ବଲିଉଡରେ ଡ୍ରଗ୍ସ କାରବାର ଘଟଣାକୁ ନେଇ ଗତ ସେପ୍ଟେମ୍ବର ମାସରେ ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ,  କରିସ୍ମା ପ୍ରକାଶଙ୍କୁ ଏନସିବି ଜେରା କରିଥିଲା। ପ୍ରଥମ ଥର ଜେରା ପରେ ଦୀପିକା, ଶ୍ରଦ୍ଧା, ସାରାଙ୍କୁ ଏନସିବି ଦ୍ୱିତୀୟ ଥର ସମନ ପଠାଇ ନଥିଲା ବେଳେ କରିସ୍ମାକୁ ଗୁରୁବାର ପୁଣିଥରେ ନୋଟସ୍‌ କରାଯାଇଛିା

LEAVE A REPLY

Please enter your comment!
Please enter your name here