ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ସରକାରୀ ଉଦ୍ୟୋଗ ଓଡ଼ିଶା ଖଣି ନିଗମରେ ଖଣି ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରି ପାରିବେ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ www.omcltd.in ସାଇଟ୍‌ରୁ ଆବେଦନପତ୍ର ଡାଉନ୍‌ଲୋଡ୍‌ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଡିସେମ୍ଵର ୨୬।

ଡେପୁଟି ଜେନେରାଲ ମ୍ୟାନେଜର

  • ପଦବୀ – ୨
  • ଦରମା – ୭୮, ୮୦୦ – ୨,୦୯, ୯୦୦

ସିନିୟର ମ୍ୟାନେଜର

  • ପଦବୀ – ୦୪
  • ଦରମା – ୬୭, ୭୦୦ – ୨,୦୮, ୭୦୦

ମ୍ୟାନେଜର

  • ପଦବୀ – ୦୬
  • ଦରମା – ୬୭, ୭୦୦ – ୨,୦୮, ୭୦୦
  • ବୟସ – ୪୦ ବର୍ଷରୁ କମ୍‌ ହୋଇଥିବା ଦରକାର

ଇଚ୍ଛୁକ ପ୍ରାର୍ଥୀମାନେ OMC ଓ୍ଵେବସାଇଟ୍‌ www.omcltd.in କୁ ଯାଇ ଦରଖାସ୍ତ ଫର୍ମ ଡାଉନଲୋଡ୍‌ କରିବେ। ପରେ ଦରଖାସ୍ତ ଫର୍ମ ପୂରଣ କରି ସାର୍ଟିଫିକେଟ ସହ ସ୍ପିଡ୍‌ ପୋଷ୍ଟ କିମ୍ଵା କୋରିୟର କରିପାରିବେ। ସ୍ପିଡ୍‌ ପୋଷ୍ଟ କଲା ବେଳେ କୋରିୟର ଉପରେ “APPLICATION FOR THE POST OF ———-AGAINST ADVERTISEMENT NO———–DATED——–“ ଲେଖିବାକୁ ପଡ଼ିବ।

ଏହାସହ ଜେନେରାଲ ମ୍ୟାନେଜର, ଓଡ଼ିଶା ମିନେରାଲ ଏକ୍ସପ୍ଲୋରେସନ୍‌ କର୍ପୋରେସନ ଲିମିଟେଡ୍‌, ଓଏମ୍‌ସି ହାଉସ୍‌, ଭୁବନେଶ୍ଵର-୭୫୧୦୦୧ରେ ଡିସେମ୍ଵର ୨୬ ତାରିଖ ସୁଦ୍ଧା ପଠାଇବାକୁ ହେବ।

Comment