ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ୱେଷ୍ଟଇଣ୍ଡିଜ୍ ନିର୍ଣ୍ଣାୟକ ଟି-୨୦ରେ ପ୍ରଥମେ ବ୍ୟାଟିଂ କରିବ ଭାରତ। ୱେଷ୍ଟଇଣ୍ଡିଜ ଅଧିନାୟକ କିରଣ ପୋଲାର୍ଡ ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ପ୍ରଥମ ମ୍ୟାଚରେ ଭାରତ ବିଜୟ ହାସଲ କରିବା ପରେ ଦ୍ୱିତୀୟ ଟି-୨୦ରେ ସିରିଜ ବରାବର କରିଥିଲା ୱେଷ୍ଟଇଣ୍ଡିଜ୍। ଫଳରେ ବର୍ତ୍ତମାନ ସିରିଜ୍ ୧-୧ରେ ବରାବର ରହିଛି। ଏହି ଶେଷ ଟି-୨୦ରେ ଯେଉଁ ଦଳ ବିଜୟ ଲାଭ କରିବ । ସେହିଦଳ ସିରିଜରେ ଜିତାପଟ ହାସଲ କରିବ।

ଶେଷ ଟି-୨୦ରେ ୱେଷ୍ଟଇଣ୍ଡିଜ ତାର ପୁରୁଣା ଏକାଦଶକୁ ନେଇ ପଡ଼ିଆକୁ ଓହ୍ଲାଇଛି। ଅନ୍ୟପଟେ ଭାରତୀୟ ଦଳରେ ଦୁଇଟି ପରବର୍ତ୍ତନ ହୋଇଛି। ଭାରତୀୟ ଦଳରେ କୁଲଦୀପ ଯାଦବ ଓ ମହମ୍ମଦ ଶାମିଙ୍କୁ ସାମିଲ କରାଯାଇଛି।

Comment