ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ୨ ବର୍ଷ ପୂରଣ ହୋଇଛି। ଦ୍ୱିତୀୟ ବିବାହବାର୍ଷିକୀ ଅବସରରେ ଦୁଇ ସେଲିବ୍ରିଟିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ବିରାଟ, ଅନୁଷ୍କା ଏହି ଅବସରରେ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଛନ୍ତି, ଯାହାକୁ ତାଙ୍କ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରିଛନ୍ତି।

୨୦୧୭ ଡିସେମ୍ବର ୧୧ରେ ଇଟାଲିରେ ବିବାହ କରିଥିଲେ ବିରାଟ, ଅନୁଷ୍କା। ଏହି ହାଇପ୍ରୋଫାଇଲ ବିବାହରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Comment