ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟରେ ଚାଲିଛି ସାମସଙ୍ଗ ସେଲ୍‌। ଏହି ସେଲ୍‌ରେ ସାମସଙ୍ଗ ଗାଲେକ୍ସି ଏ୫୦, ଗାଲାକ୍ସି ଏସ୍‌୯, ଗାଲାକ୍ସି ଏ୭୦ ଏବଂ ଅନ୍ୟ କିଛି ଗାଲାକ୍ସି ସ୍ମାର୍ଟଫୋନ ଉପରେ ଫ୍ଲିପ୍‌କାର୍ଟରେ ରିହାତି ଦିଆଯାଉଛି। ଆସନ୍ତା ୧୪ ତାରିଖ ଯାଏଁ ଏହି ସେଲ୍‌ ଜାରି ରହିବ। ଏହି ସେଲ୍‌ରେ ଗ୍ରାହକ ମୋବାଇଲ ଏକ୍ସଚେଞ୍ଜ ଏବଂ କ୍ୟାସ୍‌ବ୍ୟାକ୍‌ର ସୁବିଧା ମଧ୍ୟ ପାଇପାରିବେ।

ଏହି ସେଲ୍‌ରେ ଗାଲାକ୍ସି ଏ୫୦ ସ୍ମାର୍ଟଫୋନ୍‌ର ୪ଜିବି ଭାରିଏଣ୍ଟ ମାତ୍ର ୧୪,୯୯୯ ଟଙ୍କାରେ ଗ୍ରାହକ ପାଇପାରିବେ। ସାଧାରଣରେ ଏହି ସ୍ମାର୍ଟଫୋନର ମୂଲ୍ୟ ହେଉଛି ୧୮,୪୯୦ ଟଙ୍କା। ସେହିପରି ଏହାର ୬ଜିବି ଭାରିଏଣ୍ଟର ବିକ୍ରି ୨୧,୪୯୦ ପରିବର୍ତ୍ତେ ୧୭,୯୯୦ ଟଙ୍କାରେ ହେବ। ଏହି ସେଲ୍‌ ସମୟରେ ଗାଲାକ୍ସି ଏସ୍‌୯ ସ୍ମାର୍ଟଫୋନ୍‌ ୧୯,୯୯୯ ଟଙ୍କା ପରିବର୍ତ୍ତେ ୨୭,୯୯୯ଟଙ୍କାରେ ମିଳିବ।

ସାମସଙ୍ଗ୍‌ର ଏହି ସେଲ୍‌ରେ ଗାଲାକ୍ସି ଏ୭୦ ସ୍ମାର୍ଟଫୋନ ୨୩,୯୯୦ ଟଙ୍କାରେ ମିଳିବ। ଏହାର ପ୍ରକୃତ ମୂଲ୍ୟ ହେଉଛି ୨୮,୯୯୦ ଟଙ୍କା। ଗାଲାକ୍ସି ଏ୩୦ ସ୍ମାର୍ଟଫୋନ ଏବେ ୧୫,୪୯୯ ପରିବର୍ତ୍ତେ ୧୩,୯୯୦ ଟଙ୍କାରେ ମିଳିବ। ସେହିପରି ଗାଲାକ୍ସି ଏ୨୦ ସ୍ମାର୍ଟଫୋନ ୧୧,୪୯୦ ପରିବର୍ତ୍ତେ ୧୦,୪୯୦ ଟଙ୍କାରେ ମିଳୁଛି।

ଅନ୍ୟପକ୍ଷରେ ଫ୍ଲିପ୍‌କାର୍ଟର ଏହି ସେଲ୍‌ରେ ସାମସଙ୍ଗ ଗାଲାକ୍ସି ନୋଟ୍‌ ୧୦ ପ୍ଲସ, ଗାଲାକ୍ସି ଏସ୍‌୧୦, ଗାଲାକ୍ସି ଏସ୍‌୧୦ ପ୍ଲସ୍‌ ଏବଂ ଗାଲାକ୍ସି ଏସ୍‌୧୦ଇ ସ୍ମାର୍ଟଫୋନ କିଣିଲେ ଗ୍ରାହକଙ୍କୁ ନୋ-କଷ୍ଟ୍‌ ଇଏମ୍‌ଆଇ ଟ୍ରାଞ୍ଜାକ୍ସନ ଏବଂ ଅତିରିକ୍ତ କ୍ୟାସ୍‌ବ୍ୟାକ୍‌ ମଧ୍ୟ ମିଳିବ।

Comment