ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଜୀବନୀକୁ ନେଇ ଖୁବ୍‌ଶୀଘ୍ର ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମକୁ ଗୋ ଗୋଆ ପ୍ରଡକ୍ସନ ପକ୍ଷରୁ ନିର୍ମାଣ କରାଯିବ। ପୂର୍ବରୁ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଲାଗିଥିବା ବେଳେ ବର୍ତ୍ତମାନ ଏହାର କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଫିଲ୍ମ ନିର୍ମାଣ ପାଇଁ ମନୋହର ପାରିକରଙ୍କ ପୁଅ ଉତ୍ପଲ ପାରିକରଙ୍କ ସହ ଏଗ୍ରୀମେଣ୍ଟ କରାଯାଇଛି।

ଫିଲ୍ମ ନିର୍ମାତା ସ୍ୱପ୍ନିଲ ଶେତକର ଏହି ଫିଲ୍ମକୁ ନିର୍ମାଣ କରିବେ। ପିଟିଆଇକୁ ଦେଇଥିବା ସାକ୍ଷତାକାରରେ ସ୍ୱପ୍ନିଲ କହିଛନ୍ତିଏ, “ଏହି ଫିଲ୍ମରେ ମନୋହର ପାରିକରଙ୍କ ବ୍ୟକ୍ତିଗତ ଜୀବନକୁ ଅଧିକ ଫୋକସ୍‌ କରାଯିବ। ଗୋଆ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ପାରିକରଙ୍କ ବିଷୟରେ ଲୋକେ ଏତେଟା ଜାଣିନାହାନ୍ତି। ଫିଲ୍ମରେ ତାଙ୍କର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ କାହାଣୀକୁ ଅଧିକା ଗୁରୁତ୍ୱ ଦିଆଯିବା।”

ଏହି ଫିଲ୍ମର ନାଁ ଏପର୍ଯ୍ୟନ୍ତ ଦିଆଯାଇନାହିଁ। ତେବେ ଫିଲ୍ମ ନିର୍ମାତା ଏହାର ରିଲିଜ ତାରିଖ ଏବେଠୁ ଘୋଷଣା କରିଦେଇଛନ୍ତି। ଆସନ୍ତା ବର୍ଷ ଡିସେମ୍ବର ୧୩ରେ ପାରିକାରଙ୍କ ଜନ୍ମ ଦିନରେ ଏହି ଫିଲ୍ମ ରିଲିଜ୍‌ ହେବ। ସୂଚନାଯୋଗ୍ୟ, ଦୀର୍ଘଦିନ ଧରି କ୍ୟାନ୍‌ସରରେ ପୀଡ଼ିତ ଥିବା ମନୋହର ପାରିକର ଚଳିତ ବର୍ଷ ମାର୍ଚ୍ଚ ୭ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Comment