ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ନିଜର ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ପାଖରେ ପରିଚିତ ହୋଇପାରିଥିବା ଖିଲାଡି ଷ୍ଟାର ଅକ୍ଷୟ କୁମାର ନିଜର ଭିନ୍ନ ଧରଣର କାମ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ। ତେବେ ବର୍ତ୍ତମାନ ତାଙ୍କର ପିଆଜ କାନଫୁଲ ଉପହାର ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ କରିଦେଇଛି।ଅସଲ କଥା ହେଲା, ଅକ୍ଷୟ କୁମାର ତାଙ୍କର ପତ୍ନୀ ଟ୍ୱିଙ୍କିଲ ଖାନ୍ନାଙ୍କୁ ଦୁଇଟି ପିଆଜ କାନଫୁଲ ଗିପ୍ଟ କରିଛନ୍ତି। ଏହାପରେ ଏହି ପିଆଜ କାନଫୁଲର ଫଟୋ ଟ୍ୱିଙ୍କିଲ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେଆର କରିଥିଲେ। ଯାହା ସମସ୍ତଙ୍କୁ ହସର ଖୋରାକ ଯୋଗାଇଛି।

କିଛି ଦିନତଳେ ଅକ୍ଷୟ ତାଙ୍କର ଏକ ଫିଲ୍ମର ପ୍ରମୋସନ ପାଇଁ କପିଲ ଶର୍ମା ସୋ’କୁ ଯାଇଥିଲେ। ସେଠାରେ ସେ ପ୍ରଥମେ ଏହି କାନଫୁଲକୁ ଅଭିନେତ୍ରୀ କରୀନା କପୁରଙ୍କୁ ଦେଇଥିଲେ। ତେବେ ଏହାକୁ ନେଇ କରୀନା ସେପରି କିଛି ଆଗ୍ରହ ପ୍ରକାଶ କରିନଥିଲେ। ଏହାପରେ ଅକ୍ଷୟ ଏହି କାନଫୁଲକୁ ତାଙ୍କ ପତ୍ନୀ ଟ୍ୱିଙ୍କିଲଙ୍କୁ ଦେଇଛନ୍ତି, ଯାହାକୁ ବେଶ୍ ପସନ୍ଦ କରିଛନ୍ତି ଟ୍ୱିଙ୍କିଲ୍।

LEAVE A REPLY

Please enter your comment!
Please enter your name here