ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଜିଲ୍ଲା ଗୋପ କଲେଜରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଖାଲି ପଡ଼ିଥିବା ୫ଟି ପଦବୀ ପାଇଁ ଏହି ଦରଖାସ୍ତ ଆହ୍ଵାନ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଡିସେମ୍ଵର ୨୧। ଆବେଦନ ପରେ ଡିସେମ୍ଵର ୨୯ ତାରିଖରେ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ କରାଯିବ।

ପଦବୀ

  • ଓଡ଼ିଆ ଅଧ୍ୟାପକ – ୦୧ ପଦବୀ
  • ଲାଇବ୍ରେରିଆନ୍‌ – ୦୨ ପଦବୀ
  • ଜୁନିୟର କ୍ଲର୍କ – ୦୧ ପଦବୀ
  • ଲାଇବ୍ରେରୀ ଆଟେଡାଣ୍ଟ -୦୧ ପଦବୀ

ଶିକ୍ଷାଗତ ଯୋଗ୍ୟତା

  • ଓଡ଼ିଆ ଅଧ୍ୟାପକ – ପ୍ରାର୍ଥୀ ପିଜି ଡିଗ୍ରୀ ପାସ୍‌ କରିଥିବା ସହ ୫୫ ପ୍ରତିଶତ ମାର୍କ ରଖିଥିବା ଦରକାର।
  • ଲାଇବ୍ରେରିଆନ୍‌ – ଲାଇବ୍ରେରୀ ସାଇନ୍ସରେ ବ୍ୟାଚଲର୍‌ ଡିଗ୍ରୀ କରିଥିବା ଆବଶ୍ୟକ।
  • ଜୁନିୟର କ୍ଲର୍କ – ଗ୍ରାଜୁଏସନ୍‌ ପାସ କରିଥିବା ସହ କମ୍ୟୁଟର ଜାଣିଥିବା ଦରକାର।
  • ଲାଇବ୍ରେରୀ ଆଟେଡାଣ୍ଟ – ଯୁକ୍ତ ଦୁଇ ପାସ୍‌ କରିଥିବା ଦରକାର।

ଆବେଦନ କରିବାର ଶେଷ ତାରିଖ – ୨୧.୧୨.୨୦୧୯

ଇଣ୍ଟରଭ୍ୟୁ ତାରିଖ – ୨୯.୧୨.୨୦୧୯ (ସକାଳ ୧୦ଟା)

କେମିତି କରିବେ ଆବେଦନ?

ପ୍ରାର୍ଥୀମାନେ ଦରଖାସ୍ତ ସହ ନିଜର ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରକୁ ନିଜେ ଯାଇ କଲେଜରେ ଦେଇ ପାରିବେ କିମ୍ଵା ରେଜିଷ୍ଟାର ପୋଷ୍ଟ କରିପାରିବେ କିମ୍ଵା ଇମେଲ୍‌ – gopcollege@gmail.com କୁ ପଠାଇପାରିବେ। ଆବେଦନ ପରେ ଡିସେମ୍ଵର ୨୯ ତାରିଖରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ।

ଠିକଣା – ଗୋପ କଲେଜ, ଗୋପ, ପୁରୀ, ପିନ୍‌-୭୫୨୧୧୦

ଇମେଲ୍‌-gopcollege@gmail.com

Comment