ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ଵାଭିମାନ ଅଞ୍ଚଳରେ ଶିକ୍ଷକ କ୍ଲଷ୍ଟର ପ୍ରତିଷ୍ଠା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ପ୍ରଥମେ ୭ଟି ସ୍କୁଲରେ ଏହାକୁ ଆରମ୍ଭ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୫ ଜଣ ଶିକ୍ଷକଙ୍କୁ ଏହି କ୍ଲଷ୍ଟରରେ ରଖାଯିବ। ଏନେଇ ୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଏହି କ୍ଲଷ୍ଟର ପ୍ରତିଷ୍ଠା ହେବା ପରେ ଶିକ୍ଷକମାନେ ଯିବା ଆସିବା ନକରି ସେହି ଅଞ୍ଚଳରେ ରହି ପାଠ ପଢ଼ାଇବେ। ଆସନ୍ତା ଡିସେମ୍ଵର ୧୮ ତାରିଖରେ ଶିଷକ କ୍ଲଷ୍ଟରର ଶିଳାନ୍ୟାସ କରାଯିବ। ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଗତ ନଭେମ୍ଵର ୨ ତାରିଖରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଲକାନଗିରି ଚିତ୍ରକୋଣ୍ଡା ଗସ୍ତ କରିଥିଲେ। ସ୍କୁଲକୁ ଶିକ୍ଷକଙ୍କ ଯିବା ଆସିବାରେ ଅସୁବିଧା ହେଉଥିବା ଜାଣିବା ପରେ ଏଠାରେ କ୍ଲଷ୍ଟର ନିର୍ମାଣ ପାଇଁ ମନ୍ତ୍ରୀ ଘୋଷଣା କରିଥିଲେ।

Comment