ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ସୋମବାର ଇଡକୋର ବିଭିନ୍ନ କାର୍ଯ୍ୟକୁ ବୁଲି ଦେଖିଛନ୍ତି। ଏହାସହ ରାଜ୍ୟରେ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାରଙ୍କ 5-T ନିୟମକୁ ପାଳନ କରିବା ସମ୍ପର୍କରେ ପଚାରି ବୁଝିଛନ୍ତି ମନ୍ତ୍ରୀ।

ସୋମବାର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଇଡକୋଠାରେ ଉଦ୍ୟୋଗ ସଂଶୋଧନ ଯୋଜନା (ଏଣ୍ଟରପ୍ରାଇଜ୍ ରିସୋର୍ସ ପ୍ଲାନିଂ)କୁ ବୁଲି ଦେଖିଛନ୍ତି। ଏହାସହ ରାଜ୍ୟରେ ଇଡକୋ ଦ୍ୱାରା ଆରମ୍ଭ ହୋଇଥିବା ଆଇଟି ଗୋ-ଆଇପାସ୍ ସମ୍ପର୍କରେ ବିଷୟରେ ପଚାରି ବୁଝିଛନ୍ତି ମନ୍ତ୍ରୀ।

ଇଡକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂହ ଏ ସମ୍ବନ୍ଧରେ ମନ୍ତ୍ରୀଙ୍କୁ ବୁଝାଇଛନ୍ତି। ଏହାସହ ଇଡକୋଠାରେ ଖୁବଶୀଘ୍ର ଆରମ୍ଭ ହେବାକୁ ଥିବା ବିଦ୍ୟୁତ ଚାଳିତ ବହୁତଳ କାର ରହଣି ବ୍ୟବସ୍ଥାକୁ ମନ୍ତ୍ରୀ ବୁଲି ଦେଖିଛନ୍ତି।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଇଡକୋର ଅଧ୍ୟକ୍ଷ ସଞ୍ଜୟ କୁମାର ସିଂହ, ପି ଆଣ୍ଡ ଏର ସିଜିଏମ୍ ଡକ୍ଟର ଗଣେଶ୍ୱର ଜେନା, ପି ଆଣ୍ଡ ସିର ସିଜିଏମ୍ ଡକ୍ଟର ଭକ୍ତକବି ଦାସ, ଏମ୍ଏସ୍ଏମ୍ଇର ପ୍ରକଳ୍ପ ମୁଖ୍ୟ ଶାଶ୍ୱତ ପଟ୍ଟନାୟକ ଓ ବିଜୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here