ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଶିଳ୍ପର ବିକାଶଧାରାକୁ ଆଗକୁ ନେବା ପାଇଁ ଫିକି (ଏଫ୍ଆଇସିସିଆଇ)ର ଉପ-ମହାସଚିବ ଅରୁଣ ଚାୱଲା ବୁଧବାର ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ସାକ୍ଷାତ କରିଛନ୍ତି।

ରାଜ୍ୟରେ ଶିଳ୍ପର ବିକାଶ ଓ ବିଦେଶୀ ପୁଞ୍ଜିନିବେଶ କିପରି ହୋଇପାରିବ ସେ ସମ୍ପର୍କରେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଫିକିର ଉପ-ମହାସଚିବ।  ଓଡ଼ିଶାରେ ଶିଳ୍ପ ବିକାଶ କ୍ଷେତ୍ରରେ ଫିକିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସାକ୍ଷାତ ଆଲୋଚନା ବେଳେ ମନ୍ତ୍ରୀଙ୍କୁ କହିଥିଲେ ଫିକି ଉପ-ମହାସଚିବ ଅରୁଣ ଚାୱଲା।

“ରାଜ୍ୟ ସରକାରଙ୍କ ସହ ଫିକିର ସହଭାଗିତା ଓଡ଼ିଶାର ଶିଳ୍ପଜଗତକୁ ଏକ ନୂଆ ଦିଗ ଦେବ। ଏହାଫଳରେ ରାଜ୍ୟରେ ଉଦ୍ୟୋଗପତିମାନେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିବେ”, କହିଛନ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର।

‘‘୨୦୧୮ ମସିହାରେ ଫିକିର ସହଭାଗିତାରେ ରାଜ୍ୟରେ ଦ୍ୱିତୀୟ ଥର ପାଇଁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ସଫଳ ଭାବେ ଆୟୋଜନ ହୋଇପାରିଥିଲା।ଓଡ଼ିଶା ଶିଳ୍ପ କ୍ଷେତ୍ରରେ କିପରି ଆଗକୁ ଯିବ ସେନେଇ ଜାତୀୟ ସ୍ତରରେ ଫିକି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି। ରାଜ୍ୟକୁ କିଭଳି ଦେଶବିଦେଶରୁ ବିଭିନ୍ନ ଉଦ୍ୟୋଗୀମାନେ ଆସିପାରିବେ ଏବଂ ରାଜ୍ୟର ଶିଳ୍ପକ୍ଷେତ୍ରରେ କିଭଳି ଅଧିକରୁ ଅଧିକ ପୁଞ୍ଜିନିବେଶ ହୋଇପାରିବ ସେ ନେଇ ଫିକି ସବୁବେଳେ ଉଦ୍ୟମ କରୁଛି’’, କହିଛନ୍ତି ଫିକି ଉପ-ମହାସଚିବ ଅରୁଣ ଚାୱଲା।

Comment