ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋନିକା ନାୟାର ପଟ୍ଟନାୟକ ହେଲେ ‘ଫିକି ଓଡ଼ିଶା ରାଜ୍ୟ ପରିଷଦ’ର ନୂଆ ଅଧ୍ୟକ୍ଷା

ଫେଡେରେସନ୍‌ ଅଫ୍ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ଓଡ଼ିଶା ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷା ହେଲେ ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ମୋନିକା ନାୟାର ପଟ୍ଟନାୟକ। ଏନେଇ ଫିକିର ସଭାନେତ୍ରୀ ଡକ୍ଟର ସଙ୍ଗୀତା ରେଡ୍ଡି ମୋନିକାଙ୍କ ପାଖକୁ ଏକ ଚିଠି ପଠାଇଥିଲେ।

ଫିକି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିବା ପାଇଁ ତାଙ୍କୁ ଡକ୍ଟର ସଙ୍ଗୀତା ରେଡ୍ଡି ଆମନ୍ତ୍ରଣ କରିଛନ୍ତି। ସଙ୍ଗୀତା ରେଡ୍ଡି ହେଉଛନ୍ତି ଆପୋଲୋ ହସ୍ପିଟାଲ ଗ୍ରୁପ୍‌ ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ।

୨୦୧୨ରେ ମୋନିକା ଫିକିର ଗଣମାଧ୍ୟମ ଓ ମନୋରଞ୍ଜନ କୌଶଳ ପରିଷଦର ଗଭର୍ଣ୍ଣିଂ ବଡି ସଦସ୍ୟା ଭାବେ କାର୍ଯ୍ୟ କରିଛନ୍ତି। ସେ ୨୦୧୯-୨୦ ବର୍ଷ ପାଇଁ ଫିକି ଓଡ଼ିଶା ରାଜ୍ୟ ପରିଷଦ ସହ-ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ଥିଲେ।

ମୋନିକା ଆସୋସିଏସନ୍‌ ଅଫ୍ ରେଡିଓ ଅପରେଟର୍ସ ଅଫ ଇଣ୍ଡିଆର ଗଭର୍ଣ୍ଣିଂ ବଡି ସହିତ ଜଡ଼ିତ ଅଛନ୍ତି।

Comment