ଓଡ଼ିଶାଲାଇଭ୍ ବ୍ୟୁରୋ

କିଟ୍‍ ବିଶ୍ୱବିଦ୍ୟାଳୟର ବୈଷୟିକ-ସାଂସ୍କୃତିକ ମହାକୁମ୍ଭ ‘କିଟ୍ ଫେଷ୍ଟ’ର ଷଷ୍ଠ ସଂସ୍କରଣ ସୋମବାର କିଟ୍‍ ପରିସରରେ ଉଦ୍‍ଘାଟିତ ହୋଇଯାଇଛି।

କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, ଛାତ୍ର ବ୍ୟାପର ନିର୍ଦ୍ଦେଶକ ପ୍ରଫେସର ବିଶ୍ୱଜିତ ସାହୁ ଓ ଛାତ୍ର ସେବା ଉପନିର୍ଦ୍ଦେଶକ ଡକ୍ଟର ଶ୍ୟାମ ସୁନ୍ଦର ବେହୁରାଙ୍କ ଉପସ୍ଥିତିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ମହାକୁମ୍ଭକୁ ଉଦ୍‍ଘାଟନ କରିଥିଲେ।

ଚଳିତବର୍ଷ ଏହି ଫେଷ୍ଟରେ ଭାରତର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟର ୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ସମେତ ୨୫ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କିଟ୍‍ ଫେଷ୍ଟର ମୁଖପତ୍ର ‘କ୍ରିତିକା’ ସିଭିଲ୍‍ ଇଞ୍ଜିନିୟରିଂ ବିଭାଗର ସ୍ମରଣିକା ‘ନିର୍ମିନାଇଟ୍‍’, କମ୍ପ୍ୟୁଟର ସାଇନ୍‍ସ ବିଭାଗର ସ୍ମରଣିକା ‘କିବିବାଇଟ୍‍’, ଇଲେକ୍ଟ୍ରୋନିକ୍‍ସ ଇଞ୍ଜିନିୟରିଂ ବିଭାଗର ସ୍ମରଣିକା ‘କ୍ୟୁରୋସିଟି’, ମେକାନିକାଲ୍‍ ଇଂଜିନିୟରିଂ ବିଭାଗର ସ୍ମରଣିକା ‘ଯନ୍ତ୍ର ଏନ୍‍ଏକ୍‍ସଟି’କୁ  ଅତିଥିମାନେ ଉନ୍ମୋଚନ କରିଥିଲେ।

୩ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ମହାକୁମ୍ଭରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ବୈଷୟିକ, କଳା ଓ ସାଂସ୍କୃତିକ ଓ ସୃଜନାତ୍ମକ ପ୍ରତିଯୋଗିତାରେ ଭାଗ ନେଇ ସେମାନଙ୍କ ଉତ୍କର୍ଷତା ପ୍ରତିପାଦନ କରିବାର ସୁଯୋଗ ପାଇବେ।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଅଛନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅମିତ ତ୍ରବେଦୀ। ଉଦ୍‍ଯାପନୀ ଉତ୍ସବରେ ଡିଜେ ନାଇଟ୍‍ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ଋତ୍‍ଭିଜ୍‍ ଡିଜେ ପ୍ରଦର୍ଶନ କରିବେ।

ଏହି ମହୋତ୍ସବରେ ସାଂସ୍କୃତିକ ବିଭାଗରେ ଫିଫା୨୦, ଇନ୍‍ଷ୍ଟାଣ୍ଟ ଓ ଫାଏ, ଚିତ୍ରବିଚିତ୍ର, ହିପ୍‍ ହପ୍‍ ସାଇଫର୍‍, ସ୍ପଟ୍‍ ଲାଇଟ୍‍, ଦେଖ ତମାସା ଦେଖ, ଷ୍ଟାର ସେଲ୍‍ସମ୍ୟାନ୍‍, ଜରା ନଚ୍‌କେ ଦେଖା, ଅନଭେଲ୍‍ ଦି ସ୍ଲାମ୍‍ ପଏଟ୍ରି ଇଭେଣ୍ଟ, ବଜ୍‍ ରାଇଟ୍‍ ଇଅର, ଫ୍ରୋଜନ୍‍ ଇନ୍‍ ଟାଇମ୍‍, ମେନାନେଜ୍‍, ଫୁଏଗୋ, ମିସ୍‍ମ୍ୟାଚ୍‍, ଅଳଙ୍କାର ଆଦି ରହିଥିବା ବେଳେ ବୈଷୟିକ ବିଭାଗରେ ଇନୋଭେସନ୍‍, ପରପ୍ଲେକ୍‍ସ, ରୋବୋଟିକ୍‍ସ, କୋଡିଂ ଏବଂ ବିଜିନେସ୍‍ ମାର୍କେଟିଂରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି କୁଇଜ୍‌ରେ ଫ୍ଲେମ୍‍ସ କୁଇଜ୍‍, ବିଜ୍‍ଟେକ୍‍ କୁଇଜ୍‍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କ ପାଇଁ ସର୍ବାଧିକ ପୁରସ୍କାର ରାଶି ୨୫ଲକ୍ଷ ଟଙ୍କା ରଖାଯାଇଛି। ଏହ କୌଣସି ବିଶ୍ୱବିଦ୍ୟାଳୟସ୍ତରରେ ଆୟୋଜିତ ଟେକ୍ନୋଫେଷ୍ଟର ସର୍ବାଧିକ ପୁରସ୍କାର ରାଶି ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here