ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନ୍ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ଭିଭୋ ଗତ ଡିସେମ୍ବର ୯ରେ ଭାରତରେ ଲଞ୍ଚ୍ କରିଥିଲା V17 ସ୍ମାର୍ଟଫୋନ୍। ବୁଧବାର ଏହାର ବିକ୍ରି ଆରମ୍ଭ ହୋଇଯାଇଛି। ଗ୍ରାହକ ଏହାକୁ ଇ-କମର୍ସ ସାଇଟ୍ ଆମାଜନ୍ ଇଣ୍ଡିଆ ଏବଂ ଫ୍ଲିପ୍କାର୍ଟରୁ କିଣି ପାରିବେ।
ଭାରତରେ Vivo V17 ସ୍ମାର୍ଟଫୋନର ଦାମ୍ ରହିଛି ୨୨,୯୯୦ ଟଙ୍କା। ଏହି ସ୍ମାର୍ଟଫୋନ୍ରେ ଗ୍ରାହକ ୮ ଜିବି ରାମ୍ ଏବଂ ୧୨୮ ଜିବି ଇଣ୍ଟର୍ଣ୍ଣାଲ ମୋମୋରୀ ପାଇପାରିବେ। ଏହାକୁ କିଣିବା ପାଇଁ କମ୍ପାନି ବିଭିନ୍ନ ଅଫର ଆଣିଛି। ICICI ଏବଂ HDFC ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡରେ କିଣିଲେ ଗ୍ରାହକ ୫ ପ୍ରତିଶତ କ୍ୟାସ୍ବ୍ୟାକ୍ ପାଇପାରିବେ।
Vivo V17 ସ୍ମାର୍ଟଫୋନ୍ର ଫିଚର
- ୬.୪୪ ଇଞ୍ଚ୍ ଫିଲ ଏଚ୍ଡି ଏମୋଲେଡ୍ ଡିସ୍ପ୍ଲେ
- କ୍ୱାଲକମ୍ ସ୍ନାପଡ୍ରାଗନ ୬୭୫ ଏଆଇଇ ପ୍ରୋସେସର
- ଫନ୍ଟଚ୍ ୯.୨ ଅପରେଟିଂ ସିଷ୍ଟମ(ଆଣ୍ଡ୍ରଏଡ୍ ୯)
- ଇନ୍ ଡିସ୍ପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର
- ଫେସ୍ ଅନଲକ୍
- କ୍ୱାଡ୍ ରିଅର କ୍ୟାମେରା ସେଟ୍ଅପ୍
- ୪୮ ମେଗାପିକ୍ସେଲ ପ୍ରାଇମେରୀ ରିୟର କ୍ୟାମେରା
- ୩୨ ମେଗାପିକ୍ସେଲର ସେଲ୍ଫି କ୍ୟାମେରା
- ୪,୫୦୦ ଏମ୍ଏଏଚ୍ ବ୍ୟାଟେରୀ
- ୧୮ ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ