ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀପିକା ପାଦୁକୋନଙ୍କ ଅଭିନୀତ ‘ଛପାକ’ ଫିଲ୍ମର ପ୍ରଥମ ଗୀତ ରିଲିଜ ହୋଇଛି। ଗୀତରେ ଦୀପିକା ଓ ଅଭିନେତା ବିକ୍ରାନ୍ତ ମୈସୀଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି।

ଏହି ଗୀତର ଟାଇଟଲ ‘ନୋକ ଝୋକ’ ରହିଛି। ଏଥିରେ ସିଦ୍ଧାର୍ଥ ମହାଦେଓ୍ୱନ କଣ୍ଠଦାନ କରିଥିଲା ବେଳେ ଶଙ୍କର ଏହସାନ ଲୟ ମ୍ୟୁଜିକ କମ୍ପୋଜ କରିଛନ୍ତି। ଗୀତଟି ରିଲିଜ ହେବା ପରେ ଏହାକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି।

୨୦୦୫ ମସିହାରେ ଦିଲ୍ଲୀରେ ଗୋଟିଏ ଝିଅ ଉପରେ ଏସିଡ୍ ଆକ୍ରମଣ ଏବଂ ତା’ ପରବର୍ତ୍ତୀ ଜୀବନର ସଂଘର୍ଷର କାହାଣୀକୁ ନେଇ ଦର୍ଶକ ଏହି ଫିଲ୍ମ ନିର୍ମାଣ ହୋଇଛି। ଦୀପିକା ପାଦୁକୋନ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।

Comment