ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏମଲ୍‌)ର ନୂଆ ନିର୍ଦ୍ଦେଶକ (ପର୍ସୋନେଲ) ହେଲେ କେଶବ ରାଓ। ସେ ବୁଧବାର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଏହାପୂର୍ବରୁ ଶ୍ରୀ ରାଓ ବିଏସ୍‌ଏନ୍‌ଏଲ୍‌ର ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ। ସେ ୨୦୧୦ରୁ ୨୦୧୫ ଯାଏଁ କେନ୍ଦ୍ରୀୟ ଭିଜିଲାନ୍ସ କମିସନ୍‌ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ।

ଆଇଆଇଟି ବମ୍ବେରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବିଟେକ୍‌ ଓ ଆଇଆଇଏମ୍‌ ଅହମ୍ମଦାବାଦ୍‌ରୁ ବାଣିଜ୍ୟ ପ୍ରବନ୍ଧରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେ ମାନବ ସମ୍ବଳ, ଦୁର୍ନୀତି ନିବାରଣ ସହିତ ଟେଲିକମ୍‌ କ୍ଷେତ୍ରରେ ଯୋଜନା ଓ କାର୍ଯ୍ୟାନ୍ୱୟନରେ ୨୬ ବର୍ଷର ଲମ୍ବା ଅଭିଜ୍ଞତା ରହିଛି।

କେନ୍ଦ୍ର ସରକାରଙ୍କ କୋଲ୍‌ ଇଣ୍ଡିଆ ଅଧୀନରେ ଆସୁଥିବା ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ହେଉଛି ଏକ ପ୍ରମୁଖ ଲାଭକାରୀ କମ୍ପାନି। ସମ୍ବଲପୁର ଜିଲ୍ଲା ବୁର୍ଲାରେ ଏହି କମ୍ପାନିର ମୁଖ୍ୟ କାର୍ଯ୍ୟାଳୟ ରହିଥିବା ବେଳେ ଅନୁଗୁଳ ଜିଲ୍ଲାର ତାଳଚେର ଆଦି ଅଞ୍ଚଳରେ କମ୍ପାନିର କାର୍ଯ୍ୟ କ୍ଷେତ୍ର ରହିଛି।

LEAVE A REPLY

Please enter your comment!
Please enter your name here