ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କମ୍ପାନିର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ଓହରିଯିବେ। ଏଣିକି ସେ କମ୍ପାନିର ଅଣ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ। ୨୦୨୦ ବର୍ଷ ଏପ୍ରିଲ ପହିଲାରୁ ଆନନ୍ଦ ନିଜ ପଦରୁ ଓହରି ଯିବେ। ଶୁକ୍ରବାର କମ୍ପାନି ପକ୍ଷରୁ ଷ୍ଟକ୍‌ ଏକ୍‌ସଚେଞ୍ଜ୍‌ରେ ଦିଆଯାଇଥଇବା ତଥ୍ୟରେ ଏନେଇ ପ୍ରକାଶ ପାଇଛି।

ଆନନ୍ଦ ମହିନ୍ଦ୍ରା ନିଜ ପଦରୁ ଓହରିଯିବା ପରେ କମ୍ପାନିର ମ୍ୟାନେଜିଂ ଡାଇରେକ୍ଟର ପବନ ଗୋୟନକା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ। ୨୦୨୦ ନଭେମ୍ବର ମାସରେ ପବନ ଗୋୟନକା ନିଜ ପଦରୁ ଅବସର ନେବେ। ତେବେ ଅବସର ଯାଏଁ ସେ କମ୍ପାନିର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

Comment