ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ କଏଦୀର ଫାଶୀ ଦଣ୍ଡାଦେଶ ଶୁଣି ଚାଲିଗଲା ଅନ୍ୟ ଜଣେ କଏଦୀଙ୍କ ଜୀବନ। ମୃତ କଏଦୀ ଜଣକ ହେଉଛନ୍ତି ତୁରୀ ମୁଣ୍ଡା। କେନ୍ଦୁଝର ଅତିରିକ୍ତ ଜିଲ୍ଲା କୋର୍ଟ ଜଣେ କଏଦୀଙ୍କୁ ଶିଶୁକନ୍ୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡ ଶୁଣାଇଥିଲେ। ଏହି କାରଣରୁ ଭୟରେ ତୁରୀ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ତୁରୀ ମୁଣ୍ଡା ମଧ୍ୟ ନାବାଳିକା ଦୁଷ୍କର୍ମ ମାମଲାରେ ଜେଲରେ ରହିଥିଲେ। ଗୁରୁବାର ତାଙ୍କ ସାଥୀ କଏଦୀ ସୁନୀଲ ନାଏକଙ୍କୁ ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ହୋଇଛି। ଏହି ଫାଶୀ ଦଣ୍ଡାଦେଶ ଶୁଣି ତୁରୀ ମୁଣ୍ଡା ଡରି ଯାଇଥିଲେ। ସୁନୀଲଙ୍କ ଭଳି ତାଙ୍କୁ ମଧ୍ୟ ଫାଶୀ ଦଣ୍ଡ ଦିଆଯିବ ବୋଲି ଭାବି ହୃଦଘାତ ହୋଇଥିବା ସନ୍ଦେହ କରାଯାଉଛି।

ଗୁରୁବାର କେନ୍ଦୁଝର ଏଡିଜେ କୋର୍ଟ ପୋକ୍ସୋ ଆଇନ ଆଧାରରେ ଜଣେ ୩ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଦୋଷୀ ସୁନୀଲ ନାଏକକୁ ଫାଶୀ ଦଣ୍ଡ ଶୁଣାଇଥିଲେ। ୨୮ ଜଣ ସାକ୍ଷୀଙ୍କ ବୟାନରେ ଏହି ଦଣ୍ଡାଦେଶ ଶୁଣାଯାଇଛି।

Comment