ଓଡ଼ିଶାଲାଇଭ୍‌ ବ୍ୟୁରୋ 

୨୦୧୯ ବର୍ଷ ସରିବାକୁ ବାସ୍‌ ଆଉ କିଛି ଦିନ ବାକି। ସାରା ଦୁନିଆ ନୂଆ ବର୍ଷକୁ ଅପେକ୍ଷା କରିଛି। ନୂଆ ବର୍ଷକୁ କିପରି ସ୍ୱାଗତ କରିବେ ସେନେଇ ଏବେଠୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ତେବେ ଆପଣ ଜାଣିଛନ୍ତି କି, ୨୦୧୯ ବର୍ଷରେ ଭାରତୀୟମାନେ ଗୁଗୁଲରେ ସବୁଠୁ ଅଧିକା କ’ଣ ସର୍ଚ୍ଚ କରିଛନ୍ତି? ଆସନ୍ତୁ ଜାଣିବା ଇଣ୍ଟରନେଟ୍‌ରେ ସର୍ଚ୍ଚ ହୋଇଥିବା ଟପ୍‌ ୧୦ ରେଜଲ୍ଟ।

abhinandan

୨୦୧୯ରେ ସବୁଠୁ ଅଧିକା ସର୍ଚ୍ଚ କରାଯିବା ବିଷୟ ହେଉଛି ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ। ଚଳିତ ବର୍ଷ ତାଙ୍କର ସାହାସିକତାକୁ ସମସ୍ତ ଭାରତୀୟ ସଲାମ କରିଥିଲେ। ଏୟାର ଷ୍ଟ୍ରାଇକ୍‌ରେ ମିଗ୍‌ ୨୧ ଜେଟ୍‌ ଉଡାଇଥିବା ଅଭନନ୍ଦନ ଦୁର୍ଘଟଣାରେ ପାକିସ୍ତାନ ସୀମାରେ ପଡ଼ିଥିଲେ। ଅଭିନନ୍ଦନଙ୍କୁ ଚଳିତ ବର୍ଷର ମୋଷ୍ଟ ସର୍ଚ୍ଚ୍‌ଡ ପର୍ସନାଲିଟି ଅଫ୍‌ ଦି ଇଅର କୁହାଯାଉଛି।

ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ବିଷୟବସ୍ତୁ ବା କି-ୱାର୍ଡ ମଧ୍ୟରେ ରହିଛି କ୍ରିକେଟ୍‌ ୱାର୍ଲ୍‌ଡ କପ୍‌, ୨୦୧୯ ଲୋକସଭା ନିର୍ବାଚନ, ଚନ୍ଦ୍ରାୟଣ ୨, କବିର ସିଂହ, ଏଭେଞ୍ଜର୍ସ ଏଣ୍ଡ ଗେମ୍‌, ଆର୍ଟିକଲ ୩୭୦, ନିଟ୍‌ ରେଜଲ୍ଟ, ଜୋକର, କ୍ୟାପ୍ଟେନ ମାର୍ଭଲ, ପିଏମ୍‌ କିଷାନ ଯୋଜନା ସର୍ଚ୍ଚ କରାଯାଇଛି।

ସେହିପରି ସର୍ଜିକଲ ଷ୍ଟ୍ରାଇକ୍‌, ହାଓଡି ମୋଦି, ଅଯୋଧ୍ୟା ବିବାଦ, ଇ-ସିଗାରେଟ୍‌ ଏଗ୍‌ଜିଟ୍‌ ପୋଲ ଆଦି କି-ୱାର୍ଡ ସର୍ଚ୍ଚ କରାଯାଇଛି। ଭୋଟ କେମିତି ଦେବେ, ପାନ୍‌ ସହ ଆଧାର କିପରି ଲିଙ୍କ୍‌ ହେବ, ଭୋଟର ଲିଷ୍ଟ କେମିତି ଚେକ୍‌ କରିବେ, ଅନ୍‌ଲାଇନ୍‌ ନିଟ୍‌ ରିଜଲ୍ଟ ଆଦିକୁ ଲୋକେ ଅଧିକ ଖୋଜି ଥିବାର ଜଣାପଡ଼ିଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/JbiFeChOJ141BO7qioQFpj

LEAVE A REPLY

Please enter your comment!
Please enter your name here