ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ରେ ଓଲିଉଡରେ ଅନେକ ଫିଲ୍ମ ରିଲିଜ ହୋଇଥିଲା। ଏଥିରେ କିଛି ନୂଆଯୋଡ଼ିଙ୍କୁ ଦେଖିବାକୁ ମିଳିଥିଲା। କିଛି ଯୋଡ଼ିଙ୍କୁ ଦର୍ଶକ ପସନ୍ଦ କରିଥିଲା ବେଳେ ଆଉ କିଛି ଯୋଡ଼ି ଦର୍ଶକଙ୍କ ମନକୁ ଛୁଇଁ ପାରିନଥିଲେ। ଆସନ୍ତୁ ଜାଣିବା କେଉଁ ଓଲିଉଡ ଯୋଡ଼ି ୨୦୧୯ରେ କମାଲ କରିଥିଲେ।

ସବ୍ୟସାଚୀ-ଏଲିନା

୨୦୧୯ ନଭେମ୍ବର ୮ରେ ରିଲିଜ ହୋଇଥିଲା ‘ମାଲ ମହୁ ଜୀବନ ମାଟି‘। ଏଥିରେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ। ଏହି ଯୋଡ଼ିଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏହି ଫିଲ୍ମର ଗୀତକୁ ଦର୍ଶକ ପସନ୍ଦ କରିଥିଲେ।

ବାବୁସାନ – ଅର୍ଚ୍ଚିତା

୨୦୧୯, ଜାନୁଆରି ୧୩ରେ ରିଲିଜ ହୋଇଥିଲା ବାବୁସାନ-ଅର୍ଚ୍ଚିତାଙ୍କ ଅଭିନୀତ ଫିଲ୍ମ ଅଜବ ସଞ୍ଜୁର ଗଜବ ଲଭ୍‌। ଫିଲ୍ମରେ ବାବୁସାନ ଓ ଅର୍ଚ୍ଚିତାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା।  ଫିଲ୍ମର ‘ମୁସ୍କିଲ ହୈ ଜିନା’କୁ ଦର୍ଶକ ପସନ୍ଦ କରିଥିଲେ।

ବାବୁସାନ – ସୂର୍ଯ୍ୟମୟୀ

ବାବୁସାନ ଓ ସୂର୍ଯ୍ୟମୟୀଙ୍କ ଅଭିନୀତ ଫିଲ୍ମ ମିଷ୍ଟର ମଜନୁ, ୨୦୧୯ ଅକ୍ଟୋବର ୪ରେ ରିଲିଜ ହୋଇଥିଲା। ଏଥିରେ ବାବୁସାନ, ସୂର୍ଯ୍ୟମୟୀଙ୍କ ସମେତ ଅଭିନେତ୍ରୀ ଶୀତଲ ଓ ଦିବ୍ୟାଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଫିଲ୍ମରେ ବାବୁସାନ ଓ ସୂର୍ଯ୍ୟମୟୀଙ୍କୁ ଦର୍ଶକ ଅଧିକ ପସନ୍ଦ କରିଥିଲେ। ଫିଲ୍ମର ଏକ ଗୀତ ‘ତୁ ଚଞ୍ଚଳ ନଈଟେ’ ଲୋକପ୍ରୟତା ହାସଲ କରିଥିଲା।

ସ୍ୱରାଜ-ଭୂମିକା

ସ୍ୱରାଜ ଓ ଭୂମିକାଙ୍କ ଅଭିନୀତ ଫିଲ୍ମ ତୁ ମୋ ଲଭ୍‌ ଷ୍ଟୋରି ୨୦୧୯, ଜୁନ ୧୪ରେ ରିଲିଜ ହୋଇଥିଲା। ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସ୍ୱରାଜ ଓ ଭୂମିକାଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ କରିଥିଲେ। ଏଥିରେ ସ୍ୱରାଜ, ଭୂମିକାଙ୍କ ଦମଦାର ଅଭିନୟ ଥିଲା।

ଅରୋଜିତ – ଅନନ୍ୟା

ଏ ବର୍ଷ ରଜ ଅବସରରେ ରିଲିଜ ହୋଇଥିଲା ଫିଲ୍ମ ଚିରକୁଟ। ଏଥିରେ ସମ୍ପୂର୍ଣ୍ଣ ନୂଆଯୋଡ଼ିଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ। ଫିଲ୍ମର ନିର୍ଦ୍ଦେଶକ ପପୁ ଏଥିରେ ଅରୋଜିତ ଓ ଅନନ୍ୟାଙ୍କୁ ନେଇଥିଲେ। ପ୍ରଥମ ଫିଲ୍ମରେ ଏହି ଯୋଡ଼ିକୁ ଦର୍ଶକ ପସନ୍ଦ କରିଥିଲେ।

Comment