ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଓଡ଼ିଶାରେ ୨୨ଟି ହୋମଗାର୍ଡ ପଦବୀରେ ଚାକିରି ସୁଯୋଗ। ଆବେଦନ କରିବାର ଶେଷ ତାରିଖ ଜାନୁଆରି ୨୦।

ଅନୁଗୁଳ ଜିଲ୍ଲାରେ ୨୨ଟି ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନାରେ ହୋମଗାର୍ଡ ପଦବୀରେ ନିଯୁକ୍ତି ଦିଆଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୦ ଜାନୁଆରି ୨୦୨୦।

ପଦବୀ

  • ଅନୁଗୁଳ ପୋଲିସ ଷ୍ଟେସନ – ୦୩ ପଦବୀ
  • ଆଠମଲ୍ଲିକ ପୋଲିସ ଷ୍ଟେସନ – ୦୨ ପଦବୀ
  • ବନରପାଲ ପୋଲିସ ଷ୍ଟେସନ – ୦୨ ପଦବୀ
  • ହଣ୍ଡପା ପୋଲିସ ଷ୍ଟେସନ – ୦୧ ପଦବୀ
  • ଝାରପଡ଼ା ପୋଲିସ ଷ୍ଟେସନ – ୦୨ ପଦବୀ
  • କଣିହା ପୋଲିସ ଷ୍ଟେସନ – ୦୧ ପଦବୀ
  • ନାଲକୋ ପୋଲିସ ଷ୍ଟେସନ – ୦୧ ପଦବୀ
  • ଏନଟିପିସି ପୋଲିସ ଷ୍ଟେସନ – ୦୧ ପଦବୀ
  • ପାଲଲହରା ପୋଲିସ ଷ୍ଟେସନ – ୦୧ ପଦବୀ
  • ରେଙ୍ଗାଳି ପୋଲିସ ଷ୍ଟେସନ – ୦୨ ପଦବୀ
  • ସାମଲ ପୋଲିସ ଷ୍ଟେସନ – ୦୨ ପଦବୀ
  • ତାଳଚେର ପୋଲିସ ଷ୍ଟେସନ – ୦୨ ପଦବୀ
  • ବିକ୍ରମପୁର ପୋଲିସ ଷ୍ଟେସନ – ୦୨ ପଦବୀ

ଶିକ୍ଷାଗତ ଯୋଗ୍ୟତା

  • ପ୍ରାର୍ଥୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଓଡ଼ିଆ ଭାଷାରେ ପାସ୍‌ କରିଥିବା ଦରକାର।
  • ଏହାସହ କମ୍ପ୍ୟୁଟର/ଡ୍ରାଇଭିଂ/ଇଲେକ୍ଟ୍ରିସିଆନ୍‌/ମୋଟର/ମେକାନିକ୍/ପ୍ଲମ୍ଵର/କାର୍ପେଣ୍ଟର/ରାଜମସ୍ତ୍ରୀ/ଭଣ୍ଡାରି କାମ ଜାଣିଥିବା ଦରକାର।

ବୟସସୀମା

ପ୍ରାର୍ଥୀଙ୍କ ବୟସ ୨୦ ବର୍ଷରୁ ୬୦ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ।

ଆବଶୟକୀୟ ପ୍ରମାଣପତ୍ର

  • ଶିକ୍ଷାଗତ ପ୍ରମାଣପତ୍ର ଜେରକ୍ସ
  • ତିନୋଟି ରଙ୍ଗିନ ଫଟୋ
  • ଡ୍ରାଇଭିଂ ଲାଇସେନ୍ସ କପି
  • କମ୍ପ୍ୟୁଟର ସାର୍ଟିଫିକେଟ କପି
  • ଅନ୍ୟ ଯେକୌଣସି ସ୍ଵତନ୍ତ୍ର ଦକ୍ଷତା ସାର୍ଟିଫିକେଟ କପି

କେମିତି କରିବେ ଆବେଦନ?

  • ପ୍ରାର୍ଥୀ ଓ୍ଵେବସାଇଟ୍‌ http://angulpolice.nic.in/ କୁ ଯାଇ ଆବେଦନ ଫର୍ମ ଡାଉନଲୋର୍ଡ କରିବେ।
  • ଏହାକୁ ସଠିକ୍‌ ଭାବେ ପୂରଣ କରି। ଦିଆଯାଇଥିବା ପୋଲିସ ଷ୍ଟେସନର ଆଇଆଇସିଙ୍କ ନିକଟରେ ଦାଖଲ କରିବେ।
  • ଦାଖଲ କରିବାର ଶେଷ ତାରିଖ ୨୦ ଜାନୁଆରି ୨୦୨୦।

Comment