ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୨୬ତାରିଖରେ ମହାକାଶରେ ବିରଳ ସୂର୍ଯ୍ୟପରାଗ ଦେଖାଯିବ। ଓଡ଼ିଶାରେ ଏହି ସୂର୍ଯ୍ୟପରାଗ ଆଶିଂକ ଭାବେ ଦୃଶ୍ୟମାନ ହେବ। ଏହାସହ ଦକ୍ଷିଣ ଭାରତର କେତେକ ରାଜ୍ୟରେ ଏହା ପୂର୍ଣ୍ଣରୂପେ ଦୃଶ୍ୟମାନ ହେବ ବୋଲି ସୂଚନା ମିଳିଛି।

ଡିସେମ୍ବର ୨୬ତାରିଖ ସକାଳ ୮ଟା ୨୦ ମିନିଟରୁ ଏହି ସୂର୍ଯ୍ୟପରାଗ ଆରମ୍ଭ ହେବ। ଏଥିରେ ଚନ୍ଦ୍ରଦ୍ୱାରା ସୂର୍ଯ୍ୟ ଘୋଡ଼େଇ ହୋଇଯିବ। ଫଳରେ ସୂର୍ଯ୍ୟଙ୍କ ଆଲୋକ ପୃଥିବୀ ଉପରେ ପଡ଼ିବ ନାହିଁ। ଏହି ପକ୍ରିୟା ଦିନ ୧୧ଟା ୨୮ମିନିଟ ବେଳକୁ ଶେଷ ହେବ ବୋଲି କୁହାଯାଇଛି।

ଏହି ସମୟରେ ଓଡ଼ିଶାରେ ସୂର୍ଯ୍ୟ ୫୫ରୁ ୬୫ ପ୍ରତିଶତ ଢ଼ାଙ୍କି ହୋଇରହିବେ ବୋଲି କୁହାଯାଇଛି। ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଦେଖିବା ପାଇଁ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାସହ ଖାଲିଆଖିରେ ଏପରି ଦୃଶ୍ୟକୁ ନଦେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ଆଖି ଉପରେ ଖରାପ ପ୍ରଭାବ ପଡ଼ିବ ବୋଲି କୁହାଯାଇଛି।

Comment