ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷ ଶେଷ ହେଲା ବେଳେକୁ ଭାରତୀୟ କ୍ୟାପଟେନ ବିରାଟ କୋହଲି ଓ ଭାଇସ କ୍ୟାପଟେନ ରୋହିତ ଶର୍ମା ଆଇସିସି ରାଙ୍କିଙ୍ଗରେ ନିଜ ଦବ୍‌ଦବା ରଖିଛନ୍ତି। ଏହି ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ ଆଇସିସି ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗର ପ୍ରଥମ ଓ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ବିରାଟ କୋହଲି ୮୮୭ ପଏଣ୍ଟରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ରୋହିତ ଶର୍ମା ୮୭୩ ପଏଣ୍ଟରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ତୃତୀୟରେ ବାବର ଆଜମ, ଚତୁର୍ଥରେ ଡୁ ପ୍ଲେସିସ ଓ ପଞ୍ଚମରେ ରସ୍‌ ଟେଲର ରହିଛନ୍ତି।

ରୋହିତ୍ ରବିବାର ସବୁ ଫର୍ମାଟରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଏକ ବର୍ଷରେ ସର୍ବାଧିକ ରନ୍ କରିଛନ୍ତି। ଏହାସହ ସେ ସନତ ଜୟସୂରିୟାଙ୍କର ୨୨ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ କୋହଲି ୨୦୧୯ର ସର୍ବାଧିକ ରନ୍ ରେକର୍ଡ ଭାଙ୍ଗି ଚଳିତ ବର୍ଷ ଅଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ରୋହିତ୍ ୨୦୧୯ରେ ସବୁ ଫର୍ମାଟରେ ମୋଟ ୨୪୪୨ ରନ୍ କରିଛନ୍ତି।

Comment