ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନି ସାଓମି ଏକ ନୂଆ ଫାଷ୍ଟ ଚାର୍ଜର ଲଞ୍ଚ୍‌ କରିଛି। ଏହି ଚାର୍ଜରରେ ୬୦ ୱାଟ୍‌ର ପୋର୍ଟ ଦିଆଯାଇଛି। କମ୍ପାନି ପକ୍ଷରୁ ଦାବି କରାଯାଇଛି ଯେ, ଏହି ଚାର୍ଜରରେ ୧୩ ଇଞ୍ଚ୍‌ର ମ୍ୟାକ୍‌ବୁକ୍‌ ଏୟାର ମାତ୍ର ୯୦ ମିନିଟ୍‌ରେ ବ୍ୟାଟେରୀ ଫୁଲ୍‌ ହୋଇଯିବ। ଏଥିରେ ଫାଷ୍ଟ ଚାର୍ଜିଂ ସପୋର୍ଟ ଥିବା ସମସ୍ତ ସ୍ମାର୍ଟଫୋନ୍‌ ଚାର୍ଜ କରିହେବ।

ଏହି ଫାଷ୍ଟ୍‌ ଚାର୍ଜରରେ ମୋଟ ୩ଟି ପୋର୍ଟ ରହିଛି। ଦୁଇଟି ୟୁଏସ୍‌ବି ପୋର୍ଟ ଥିବା ବେଳେ ଗୋଟିଏ ୟୁଏସ୍‌ବି ଟାଇପ୍‌-ସି ପୋର୍ଟ ଦିଆଯାଇଛି। ଦୁଇ ୟୁଏସ୍‌ବି ପୋର୍ଟ ମଧ୍ୟରୁ ଗୋଟିଏ ୬୦ ୱାଟ୍‌ର ଟାଇପ୍‌-ସି ପୋର୍ଟ ଥିବା ବେଳେ ଅନ୍ୟଟି ୪୫ ୱାଟ୍‌ର ଟାଇପ୍‌-ଏ ପୋର୍ଟ ଦିଆଯାଇଛି।

ଏହି ଚାର୍ଜରକୁ ଥାର୍ଡ ପାର୍ଟି କମ୍ପାନି Baseus ପକ୍ଷରୁ ନିର୍ମାଣ କରାଯାଇଛି। ଏହା ସାଓମିର ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ଚୀନ୍‌ରେ ଲଞ୍ଚ୍‌ ହୋଇଥିବା ଏହି ଫାଷ୍ଟ ଚାର୍ଜର ଦାମ୍‌ ରହିଛି ୧୪୯ ୟୁଆନ୍‌। ଭାରତୀୟ ମୁଦ୍ରା ଅନୁଯାୟୀ ଏହାର ଦାମ୍‌ ୧,୫୧୦ ଟଙ୍କା।

ଏହି ଚାର୍ଜରରେ ସ୍ମାର୍ଟ ଭୋଲ୍ଟେଜ୍‌ ଫିଚର ଦିଆଯାଇଛି। ଡିଭାଇସ୍‌କୁ ଯେତିକି ପରିମାଣର ଭୋଲ୍ଟେଜ୍‌ ଦରକାର, ଏହି ଚାର୍ଜର ସେହି ଅନୁଯାୟୀ ପାୱାର ଦେବ। ଏହି ଚାର୍ଜରରେ ଷ୍ଟାଟିକ୍‌ ଇଲେକ୍ଟ୍ରିସିଟି, ଟେମ୍ପ୍ରେଚର କଣ୍ଟ୍ରୋଲ, ଓଭର କରେଣ୍ଟ, ସର୍ଟ ସର୍କିଟ୍ ଆଦିରୁ ସୁରକ୍ଷା ଦେବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି।

Comment