ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଓଡ଼ିଶା ଆସୁଛନ୍ତି ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ବଲାଙ୍ଗିରରେ ନିର୍ମିତ ହୋଇଥିବା ବିପିସିଏଲ୍ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ୍ କରିବା ପାଇଁ ଉପ-ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସୁଛନ୍ତି।

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆଜି ବଲାଙ୍ଗିର ଗସ୍ତ କରି ବରକାନୀ ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ। ଏହାପରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବର ଉଦଘାଟନୀ ଉତ୍ସବର ଯୋଗଦେବେ।

ଏଥିପାଇଁ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉପ-ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ମୋଟ୍ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ନିଯୁକ୍ତି ହୋଇଥିବା ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍ ସୂଚନା ଦେଇଛନ୍ତି।

ଗତବର୍ଷ ମେ ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବଟଲିଂ ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ। ବର୍ତ୍ତମାନ ଏହି ପ୍ଲାଣ୍ଟ ପ୍ରସ୍ତୁତ ହୋଇସାରିଛି। ରାଷ୍ଟ୍ରପତି ଏହାକୁ ଉଦଘାଟନ କରିବା ପରେ ଏହା ବର୍ଷକୁ ପ୍ରାୟ ୪୨ ଲକ୍ଷ ସିଲିଣ୍ଡର ରିଫିଲିଂ କରିପାରିବ ବୋଲି ସୂଚନା ରହିଛି।

Comment