ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏମ୍‌ଜିଆର୍‌ଇଜିଏରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଆବେଦନ କରିବାର ଶେଷ ତାରିଖ ୫ ଜାନୁଆରି ୨୦୨୦।

ମହାତ୍ମା ଗାନ୍ଧୀ ନ୍ୟାସନାଲ ରୁରାଲ ଏମ୍ପୋଲୟମେଣ୍ଟ ଆକ୍ଟ(ଏମ୍‌ଜିଆର୍‌ଇଜିଏ) ଯୋଜନା ମାଧ୍ୟମରେ ନିଯୁକ୍ତି ସୁଯୋଗ। ଏନେଇ ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏମ୍‌ଜିଆର୍‌ଇଜିଏ କୋର୍ଡିନେଟର(ଏମ୍‌ସି) ଓ ଆଡିସ୍‌ନାଲ୍‌ ପୋଗ୍ରାମ ଅଫିସର (ଏପିଓ)ରେ ୫୫ଟି ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କରାଯାଉଛି। ଏହି ପଦବୀ କେବଳ ଏସ୍‌ସି, ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ଉପଲବ୍ଧ।

ଏହି ପଦବୀରେ ଏକ ବର୍ଷ ପାଇଁ ଚୁକ୍ତି ଭିତ୍ତିକ ନିଯୁକ୍ତି ଦିଆଯିବ। ବର୍ଷ ପରେ ପ୍ରଦର୍ଶନର ମୂଲ୍ୟାଙ୍କନ କରାଯାଇ ଅବଧି ବଢ଼ାଯିବ।

ପଦବୀ ସଂଖ୍ୟା

  • ଏମ୍‌ଜିଆର୍‌ଇଜିଏ କୋର୍ଡିନେଟର(ଏମ୍‌ସି) – ୩ ପଦବୀ(ଏସ୍‌ଟି), ୨ ପଦବୀ(ଏସ୍‌ସି)
  • ଆଡିସ୍‌ନାଲ୍‌ ପୋଗ୍ରାମ ଅଫିସର (ଏପିଓ) – ୩୦ ପଦବୀ (ଏସ୍‌ଟି), ୨୦ ପଦବ(ଏସ୍‌ସି)

ଶିକ୍ଷାଗତ ଯୋଗ୍ୟତା

ଏମ୍‌ଜିଆର୍‌ଇଜିଏ କୋର୍ଡିନେଟର(ଏମ୍‌ସି) – ପ୍ରାର୍ଥୀ ସୋସିଓଲୋଜିରେ ସ୍ନାତ୍ତୋକୋତ୍ତର ପାସ୍‌ କରିଥିବା ଦରକାର କିମ୍ଵା ସୋସିଆଲ ଓ୍ଵାର୍କର/ ମାସ କମ୍ୟୁନିକେସନ/ରୁରାଲ ମ୍ୟାନେଜମେଣ୍ଟରେ ଏମ୍‌ବିଏ ନଚେତ୍‌ ରୁରାଲ ମ୍ୟାନେଜମେଣ୍ଟରେ ପିଜି କରିଥିବା ଦରକାର/ ଯେକୌଣସି ବିଶ୍ଵବିଦ୍ୟାଳୟରୁ ରୁରାଲ ଡେଭଲପମେଣ୍ଟରେ ଅଧ୍ୟୟନ କରିଥିବା ଦରକାର। ଏହାସହ କମ୍ପ୍ୟୁଟରରେ ପିଜିଡିସିଏ ଜାଣିଥିବା ଦରକାର।

ଆଡିସ୍‌ନାଲ୍‌ ପୋଗ୍ରାମ ଅଫିସର (ଏପିଓ) – ପ୍ରାର୍ଥୀ ସୋସିଓଲୋଜିରେ ସ୍ନାତ୍ତୋକୋତ୍ତର ପାସ୍‌ କରିଥିବା ଦରକାର କିମ୍ଵା ସୋସିଆଲ ଓ୍ଵାର୍କର/ ମାସ କମ୍ୟୁନିକେସନ/ରୁରାଲ ମ୍ୟାନେଜମେଣ୍ଟରେ ଏମ୍‌ବିଏ ନଚେତ୍‌ ରୁରାଲ ମ୍ୟାନେଜମେଣ୍ଟରେ ପିଜି କରିଥିବା ଦରକାର/ ଯେକୌଣସି ବିଶ୍ଵବିଦ୍ୟାଳୟରୁ ରୁରାଲ ଡେଭଲପମେଣ୍ଟରେ ଅଧ୍ୟୟନ କରିଥିବା ଦରକାର। ଏହାସହ କମ୍ପ୍ୟୁଟରରେ ପିଜିଡିସିଏ ଜାଣିଥିବା ଦରକାର।

କେମିତି କରିବେ ଆବେଦନ?

  • ପ୍ରାର୍ଥୀ ଆବେଦନ କରିବା ପୂର୍ବରୁ ଓ୍ଵେବସାଇଟ୍‌ rhodisha2.in/mgnregs/ କୁ ଯାଇ ବିଜ୍ଞାପନ ଦେଖିପାରିବେ।
  • ଏହି ଓ୍ଵେବସାଇଟକୁ ଯିବା ପରେ ‘apply online’ କୁ ଯାଇ ନିଜ ଫର୍ମ ପୂରଣ କରିପାରିବେ।
  • ଆବେଦନ କଲା ବେଳେ ଭୁଲ୍‌ ରହିଲେ ଦରଖାସ୍ତ ଗ୍ରହଣ କରାଯିବ ନାହିଁ। ଏହାସହ ଆବେଦନ ପରେ ଏକ ଦରଖାସ୍ତ କପି ନିଜ ପାଖରେ ରଖିବ।

ବୟସ ସୀମା

୨୧ ବର୍ଷରୁ ୩୭ ବର୍ଷ

ଚୟନ ପ୍ରକ୍ରିୟା

  • ଲିଖିତ ପରୀକ୍ଷା
  • କମ୍ପ୍ୟୁଟର ପରୀକ୍ଷା
  • ଇଣ୍ଟରଭ୍ୟୁ

ଦରମା

  • ଏମ୍‌ଜିଆର୍‌ଇଜିଏ କୋର୍ଡିନେଟର(ଏମ୍‌ସି) – ୨୫,୦୦୦/-
  • ଆଡିସ୍‌ନାଲ୍‌ ପୋଗ୍ରାମ ଅଫିସର (ଏପିଓ) – ୨୦,୦୦୦/-
  • ଆବେଦନ କରିବାର ଶେଷ ତାରିଖ

୫ ଜାନୁଆରି ୨୦୨୦

Comment