ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଜାଲ୍‌ ଦସ୍ତଖତରେ ଟଙ୍କା ଉଠାଇ ଗିରଫ ହେଲେ ୩ ବ୍ୟାଙ୍କ ଅଧିକାରୀ। ୩ଜଣ ଅଧିକାରୀ ସମ୍ଵଲପୁର ବୋମାଲଇ ଆଇସିଆଇସିଆଇ ବ୍ୟାଙ୍କ ଶାଖାର କର୍ମଚାରୀ। ଗିରଫ ହୋଇଥିବା ଅଧିକାରୀମାନେ ହେଲେ ମ୍ୟାନେଜର ଅନିର୍ବାଣ ଦେ, କ୍ୟାସିୟର ସୁଧୀର ମେହେର ଓ ପୂର୍ବତନ କ୍ୟାସିୟର ପ୍ରବୀଣ ଭାରତୀ।

ରେଙ୍ଗାଳି ବିଡିଓଙ୍କ ଦସ୍ତଖତ ଜାଲ୍‌ କରି ଟଙ୍କା ଉଠାଇ ନେଇଥିଲେ। ସେଲ୍ଫଚେକ୍‌ରେ ୧୨ ଲକ୍ଷ ୪୭ ହଜାର ୫୨୦ ଟଙ୍କା ଉଠାଇଥିଲେ। ଓଲ୍ଡ ଏଜ୍‌ ପେନସନ୍‌ ଆକାଉଣ୍ଟରୁ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି।

ଗତ ୨୪ ତାରିଖରେ ଏନେଇ ଠେଲିକୁଲି ଥାନାରେ ଅଭିଯୋଗ କରିଥିଲେ ବିଡିଓ। ଅଭିଯୋଗ ଆଧାରରେ ପୋଲିସ ଏହି ୩ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରିଛି।

Comment