ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆବର୍ଷକୁ ସ୍ଵାଗତ କରିବା ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଗଲାଣି। ଏଥିପାଇଁ ସମସ୍ତେ ଚଳଚଞ୍ଚଳ। ଜିରୋନାଇଟ୍‌ ସେଲିବ୍ରେସନ୍‌କୁ ଦୃଷ୍ଟିରେ ରଖି ରାତି ୧ଟା ଯାଏଁ ଖୋଲା ରହିବ ବାର୍‌ ଓ ଠିପି ଖୋଲା ମଦ ଦୋକାନ।

ଭୁବନେଶ୍ୱର, କଟକ ଓ ପୁରୀରେ ଏହା କାର୍ଯ୍ୟକାରୀ ହେବ। ଚଳିତବର୍ଷ ପ୍ରଥମ ଥର ଲାଗି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

ଆମେ କହି ରଖୁଛୁ ଯେ, ହକି ବିଶ୍ୱକପ୍‌ ସମୟରେ ଦେଢ଼ ମାସ ଲାଗି ରାତି ୧ଟା ପର୍ଯ୍ୟନ୍ତ ବାର ଓ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏହାପରେ ପୂର୍ବ ସମୟ ଅନୁଯାୟୀ ବାର୍‌ ଖୋଲା ଯାଇଥିଲା। କିନ୍ତୁ ଆଜି ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଇଁ ୧୨ଟା ବଦଳରେ ରାତି ୧ଟା ଯାଏଁ ବାର୍‌ ଓ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗର ଅତିରିକ୍ତ ସଚିତ ଅବକାରୀ ବିଭାଗର କମିସନରଙ୍କୁ ଚିଠି ଲେଖିଛନ୍ତି।

ଅନ୍ୟପଟେ ପୋଲିସ ପକ୍ଷରୁ କୁହାଯାଇଛି ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ୍ୟପାନ କରି ଗାଡ଼ି ଚଳାଇବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comment