ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଘୁଣୀ ‘ସୁନ୍ଦରୀ’କୁ ଫେରାଇ ନେବାକୁ ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର। ଏନ୍‌ଟିସିଏ ନିର୍ଦ୍ଦେଶ ପରେ ଏହି ଚିଠି ଲେଖିଛନ୍ତି ରାଜ୍ୟ ସରକାର।

ଡିସେମ୍ଵର ୧୯ରେ ସୁନ୍ଦରୀକୁ ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟକୁ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲା ଏନଟିସିଏ। ଏନଟିସିଏ ରିପୋର୍ଟ ଅନୁସାରେ ରାଜ୍ୟ ସରକାର ଗାଇଡ ଲାଇନ୍ ପାଳନରେ ବିଫଳ ହୋଇଛନ୍ତି। ରାଜ୍ୟ ସରକାର ନିୟମ ଉଲ୍ଲଘଂନ କରି ସୁନ୍ଦରୀକୁ ଛୋଟିଆ ଏନକ୍ଲୋଜରରେ ରଖିଥି​‌ଲେ। ବର୍ତ୍ତମାନ ମଧ୍ୟ ସୁନ୍ଦରୀକୁ ସାତକୋଶିଆରେ ଏନକ୍ଲୋଜରରେ ରଖାଯାଇଛି।

ବାଘ ବଂଶ ବିସ୍ତାର ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ସୁନ୍ଦରୀକୁ ଅଣାଯାଇଥିଲା। କିନ୍ତୁ ସୁନ୍ଦରୀ ସାତକୋଶିଆର ଜଙ୍ଗଲ ଭିତରକୁ ନଯାଇ ଅଭୟାରଣ୍ୟର ଆଖପାଖ ଅଞ୍ଚଳରେ ଘୂରି ବୁଲୁଥିଲା। ଯାହା ଫଳରେ ଅଭୟାରଣ୍ୟ ପାଖରେ ଥିବା ଗାଁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥିଲେ। ସୁନ୍ଦରୀକୁ ସ୍ଥାନାନ୍ତର କରିବାକୁ ଗାଁ ଲୋକ ଦାବି କରିଥିଲେ।

ଗାଁ ଲୋକଙ୍କ ଦାବି ପରେ ରାଜ୍ୟ ସରକାର ଏବଂ ବନବିଭାଗ ବାଘୁଣିକୁ ଧରିବା ପାଇଁ ବିଭିନ୍ନ ପ୍ରୟାସ କରିଥିଲେ। ହେଲେ ଧରିବାରେ ବିଫଳ ହୋଇଥିଲେ। ଶେଷରେ ଚନ୍ଦକାର ଯଶୋଦା ହାତୀକୁ ନେଇ ସୁନ୍ଦରୀକୁ ଟ୍ରାଙ୍କୁଲାଇଜର କରିଥିଲେ। ସେବେଠାରୁ ସୁନ୍ଦରୀକୁ ସାତକୋଶିଆରେ ଏନକ୍ଲୋଜରରେ ରଖାଯାଇଛି।

Comment