ଓଡ଼ିଶାଲାଇଭ୍ ବ୍ୟୁରୋ

ଇରାକ୍ ଉପରେ ଆକ୍ରମଣ କରିଛି ଆମେରିକା। ଗୁରୁବାର ମଧ୍ୟରାତ୍ରିରେ ଆମେରିକା ଇରାକର ବାଗଦାଦ୍ ଏୟାରପୋର୍ଟ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଦେଶର ମେଜର ଜେନେରାଲ କାସିମ ସୁଲେମାନଙ୍କ ସହ ଆଠ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

ମୃତ୍ୟୁ ଘଟିଥିବା ଏହି ଆଠ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଆର୍ମି କମାଣ୍ଡର ଅବୁ ମେହଦୀ ମଧ୍ୟ ସାମିଲ ଅଛନ୍ତି। ଏହି ଦୁଇ ଜଣ ବ୍ୟକ୍ତିଙ୍କୁ ମାରିବା ପାଇଁ ଆମେରିକା ଇରାକ ଉପରେ ଆକ୍ରମଣ କରିଥିବା କଥା କୁହାଯାଉଛି। ଏଥିସହିତ ଇରାକ ତୁରନ୍ତ ଏନେଇ ପଦକ୍ଷେପ ନେବା ସହ ଆମେରିକା ଉପରେ ମଧ୍ୟ ଆକ୍ରମଣ କରିବାକୁ ଯୋଜନା କରୁଛି ବୋଲି ଖବର ପ୍ରକାଶ ପାଉଛି।

କିଛି ଦିନ ପୂର୍ବେ ଇରାକରେ ଥିବା ଆମେରିକା ଦୂତାବାସ ଉପରେ କେତେକ ଲୋକ ଆକ୍ରମଣ କରିଥିଲେ। ସେଥିପାଇଁ ଜାନୁଆରି ୧ ତାରିଖରୁ ଇରାକରେ ଥିବା ଆମେରିକା ଦୂତାବାସକୁ ବନ୍ଦ କରିଦିଆଯାଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଆମେରିକା ଏହି ଏୟାର ଷ୍ଟ୍ରାଇକ୍ କରିଥିବା ସୂଚନା ମିଳିଛି।

Comment