ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ନିଜର ଫୋନରେ ଟିକଟକ୍ ମୋବାଇଲ୍ ଆପକୁ ବ୍ୟବହାର କରୁଛନ୍ତି କି? ତେବେ ସାବଧାନ୍ କୌଣସି ମୁହୂର୍ତ୍ତରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ସମ୍ଭାବନା ଅଛି।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ଟିକଟକ୍ ସାହାଯ୍ୟରେ ଆପଣଙ୍କ ମୋବାଇଲରୁ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଟିକଟିକରେ ଆପଣଙ୍କ ଆକାଉଣ୍ଟକୁ ହ୍ୟାକ୍ କରିବା ସହ ଏଥିରେ ଥିବା ଆପଣଙ୍କ ଭିଡିଓକୁ କୌଣସି ପ୍ରକାର ଖରାପ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ଏହି ରିପୋର୍ଟରେ କୁହାଯାଇଛି।

ମ୍ୟୁଜିକ୍ ଭିଡିଓ ଆପ୍ ଟିକଟକ୍ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ବେଶ୍ ଲୋକପ୍ରିୟ ହୋଇପାରିଛି। ସାରା ବିଶ୍ୱରେ ଏହାକୁ ପ୍ରାୟ ୧୩୦କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। କେବଳ ଭାରତରେ ଏହାର ୨୦ କୋଟି ବ୍ୟବହାରକାରୀ ଅଛନ୍ତି। କିନ୍ତୁ ଅଧିକାଂଶ ସମୟରେ ଟିକଟକରେ ଥିବା ତଥ୍ୟର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି।

ଟିକଟକ୍ ଏକ ଚାଇନିଜ୍ ଆପ୍ ହୋଇଥିବାରୁ ଏହା ସାହାଯ୍ୟରେ ଚୀନ୍ ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରୁଛି ବୋଲି ଅଭିଯୋଗ ହେଉଛି। ଏପରିକି ଆମେରିକାର ଆର୍ମି ମଧ୍ୟ ଟିକଟକ ଆପକୁ ବ୍ୟାନ୍ କରିଦେଇଛି। ଫଳରେ ଆମେରିକାର ସୈନିକମାନେ ଏଣିକି ଟିକଟକ୍ ଆପ ବ୍ୟବହାର କରିପାରିବେନି ବୋଲି ନିୟମ କରାଯାଇଛି।

Comment