ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଜିଲ୍ଲାରେ ସହିଦ ଯବାନଙ୍କୁ ସମ୍ମାନ ଦେଇଛନ୍ତି ଲୋକେ। ଏହାସହ ଚୀନ୍‌ ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛନ୍ତି। ନୟାଗଡ଼ ଜିଲ୍ଲା ଶରଣକୁଳଠାରେ ଶତାଧିକ ଦେଶପ୍ରେମୀ ମହମବତୀ ଶୋଭାଯାତ୍ରା ମାଧ୍ୟମରେ ବୀର ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଦେଶର ଯବାନଙ୍କ ବୀରତ୍ୱ ପାଇଁ ଭାରତ ମାତାର ସାର୍ବଭୌମତ୍ୱ ଓ ଅଖଣ୍ଡତା ଅକ୍ଷୂର୍ଣ୍ଣ ରହିଛି। ଭାରତ ଚାଇନା ଏଲ୍‌ଏସି ଗଲୱାନା ଘାଟିଠାରେ ଦେଶମାଟିର ସୁରକ୍ଷା କରିବାକୁ ଯାଇ ସହିଦ ଯବାନଙ୍କୁ ଦେଶବ୍ୟାପୀ ସମ୍ମାନ ଦିଆଯାଇଛି।

ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରାରେ ‘ଭାରତ ମାତା କି ଜୟ’, ‘ସହିଦ ଯବାନ ଅମର ରହେ’ ନାରାରେ ଶରଣକୁଳ ମୁଖ୍ୟରାସ୍ତା ପ୍ରକମ୍ପିତ ହେଉଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ସହିଦ ଯବାନଙ୍କୁ ସମ୍ମାନ ପ୍ରଦାନ କରାଯାଇଛି।

ଚାଇନାର ବିଶ୍ୱାସଘାତକତା ପ୍ରତି ନାଗରିକଙ୍କ ମନରେ ଥିବା ଅସନ୍ତୋଷ ଦେଖାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଇନା ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଚାଇନା ଦ୍ରବ୍ୟ ବର୍ଜନ ଓ ଚାଇନାକୁ ସଂପୂର୍ଣ୍ଣ ବୟକଟ କରିବା ନେଇ ଲୋକେ ନାରା ଦେଇଛନ୍ତି।

Comment