ଓଡ଼ିଶାଲାଇଭ୍ ବ୍ୟୁରୋ

ପପୁଲାର୍ ମ୍ୟୁଜିକ୍ ଭିଡିଓ ଆପ୍ ଟିକଟିକକୁ ଆମେରିକାର ଆର୍ମି ବ୍ୟାନ୍ କରିଦେଇଛି। ଏହି ଆପ୍ ଆମେରିକାର ସୁରକ୍ଷା ପ୍ରତି ବିପଦ ଆଣୁଥିବା କାରଣ ଦର୍ଶାଇ ଆର୍ମି ଏହି ନିଷ୍ପତ୍ତି ନେଇଛି। ଏହାଫଳରେ ଆମେରିକାର ଆର୍ମି ଅଫିସରମାନେ ଏଣିକି ଏହି ଟିକଟକ୍ ଆପ୍ ବ୍ୟବହାର କରିପାରିବେ ନାହିଁ।

ଆମେରିକାର ଆର୍ମି ପକ୍ଷରୁ କୁହାଯାଇଛି ଯେ, ଏହି ଆପ୍ ସାହାଯ୍ୟରେ ଚୀନ୍ ଯେକୌଣସି ଲୋକର ଡାଟା ସଂଗ୍ରହ କରିପାରୁଛି। ଆମେରିକାର ଆର୍ମି ଅଫିସରମାନେ ଏହାକୁ ବ୍ୟବହାର କରିବା ଦ୍ୱାରା ଏହା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ।

ଭାରତରେ ମଧ୍ୟ ଏହା ପୂର୍ବରୁ ଟିକଟିକ୍ ଉପରେ ବ୍ୟାନ୍ ଲଗାଯାଇଥିଲା। ଏହି ଆପରେ ଅଶ୍ଲୀଳ ଭିଡିଓକୁ ପ୍ରଦର୍ଶିତ କରାଯାଉଛି ବୋଲି ଅଭିଯୋଗ ହୋଇଥିଲା। ଏହାପରେ ମାଡ୍ରାସ୍ ହାଇକୋର୍ଟ ଟିକଟକ୍ ଆପ ଉପରେ ବ୍ୟାନ୍ ଲଗାଇଥିଲା। ଏହାପରେ ଟିକଟକ୍ ଏନେଇ ପ୍ରତିଶ୍ରୁତି ଦେବା ପରେ ବ୍ୟାନକୁ ଉଠାଯାଇଥିଲା।

Comment