ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ମେଡିକାଲ ଏସଏନସିୟୁରେ ୪ ନର୍ସଙ୍କ ଟିକଟକ ଭିଡିଓ ଘଟଣାରେ ୪ ଜଣ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଡିଏମଓ। ତଦନ୍ତ ନ ସରିବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ନ ଦେବାକୁ ନିର୍ଦ୍ଦେଶ ଦେଲେ ସିଡିଏମଓ।

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗ ଏସଏନସିୟୁରେ ଟିକଟକ୍ କରି ଚର୍ଚ୍ଚାରେ ଥିଲେ ଏହି ୪ ଜଣ ନର୍ସ। ଏହି ୪ ଜଣ ନର୍ସ ମେଡିକାଲର ଗୁରୁତ୍ଵପୂର୍ଣ୍ଣ ବିଭାଗ ଏସଏନସିୟୁରେ ଡ୍ୟୁଟି ସମୟରେ ଟିକଟକ୍ ଭିଡିଓ କରି ମସ୍ତି କରିଥିଲେ।

ଏସଏନସିୟୁରେ ଥିବା ଶିଶୁଙ୍କୁ ଧରି ମଧ୍ୟ ଟିକଟକ କରିବାକୁ ଏମାନେ ପଛେଇ ନ ଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହି ଭିଡିଓ ଭାଇରାଲ ହେବା ପରେ ୪ ଜଣ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

Comment