ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ଦେଶରେ ଏବେ ଟ୍ରେଣ୍ଡ କରୁଛି ଡାନ୍ସ ଭିଡିଓ ‘ଟିକ୍‌ ଟକ୍‌’। ଇଣ୍ଟରନେଟ୍‌ରେ ଏବେ ଏହି ଟିକ୍‌ ଟକ୍‌ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଟିକ୍‌ ଟକ୍‌ ଆପ ଯୁବପିଢ଼ିଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକମାନେ ବ୍ୟବହାର କରୁଛନ୍ତି।

ଟିକ୍‌ ଟକ୍‌ ଏଭଳି ଏକ ଆପ୍‌ ଯେଉଁଥିରେ ଲୋକ ନିଜ ପସନ୍ଦର ଗୀତରେ ଭିଡିଓ ବନାଇ ପାରିବେ। ଏହି ଆପ୍‌ରେ ବିଭିନ୍ନ ଫିଚର ରହିଛି। ଯାହାଫଳରେ ଲୋକ ଫେମସ୍‌ ଡାଇଲଗ୍‌ର ମିମିକ୍ରୀ କରିପାରିବେ, ଟ୍ରେଣ୍ଡିଙ୍ଗ୍‌ ଡାନ୍ସରେ ନିଜ ଡାନ୍ସ ଭିଡିଓ ରେର୍କଡ ମଧ୍ୟ କରିପାରିବେ। ଅଳ୍ପ ସମୟରେ ଏହି ଭିଡିଓ ହୋଇଥାଏ ତଥାପି ଯୁବପିଢ଼ିଙ୍କ ଏହା ପ୍ରଥମ ପସନ୍ଦ ହୋଇଛି।

ବର୍ତ୍ତମାନ ଟ୍ରେଣ୍ଡରେ ଥିବା ମୋବାଇଲ ଆପ୍‌ ଟିକ୍ ଟକ୍‌ରେ ବିଭିନ୍ନ ପ୍ରକାର ଗୀତରେ ଉଭୟ ପୁଅ ଝିଅ ମିମିକ୍ରୀ କରୁଛନ୍ତି ଏବଂ ସେ ଭିଡିଓକୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରୁଛନ୍ତି। ଏହି ଆପରେ ଓଡ଼ିଆ, ଇଂରାଜୀ ତଥା ସବୁ ଭାଷାର ଡାଇଲଗ୍, ଆଡ୍‌, ଡାନ୍ସ ଏବଂ ଗୀତ ଅଛି।

ନିକଟରେ ଜଣେ ଟିକ୍‌ ଟକ୍‌ ଗାର୍ଲ ଅଭିନେତ୍ରୀ ହୋଇଛନ୍ତି। ତେବେ ଓଡ଼ିଆ ଝିଅ ଅନନ୍ୟା ଟିକ୍‌ ଟକ୍‌ ଭିଡିଓ କରି ଅଭିନେତ୍ରୀ ସାଜିଛନ୍ତି। ରିଲିଜ୍‌ ଅପେକ୍ଷାରେ ଥିବା ଓଡ଼ିଆ ଫିଲ୍ମ ଚିରକୁଟର ଅଭିନେତ୍ରୀ ଟିକ୍‌ ଟକ୍‌ରୁ ଚୟନ କରାଯାଇଛି।

Comment