ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ଆପ୍ ଟିକଟିକ ପୁଣିଥରେ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଆପ ଷ୍ଟାରକୁ ଆସି ଯାଇଛି। ଏବେ ଏହି ଆପକୁ ଡାଉନଲୋଡ କରାଯାଇପାରିବ। ୟୁଜର୍ସ ଏହାକୁ ଏବେ ବ୍ୟବହାର କରିପାରିବେ।

କିଛି ଦିନ ପୂର୍ବରୁ ଏହି ଆପକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିଲା। ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା ଏହି ଆପ ଉପରେ ବ୍ୟାନ ଲଗାଯାଇଥିଲା।

ୟୁଜର୍ସ ଅଶ୍ଲୀଳ ଭିଡିଓ ଆପରେ ପୋଷ୍ଟ କରୁଥିବାରୁ ମାଡ୍ରାସ ହାଇକୋର୍ଟ ଏପରି ନିଷ୍ପତ୍ତି ନେଇଥିଲେ।

ଏପ୍ରିଲ ୨୪ରେ ମାଡ୍ରାସ ହାଇକୋର୍ଟ ନିଷେଧାଦେଶ ଉଠାଇ ଦେଇଥିଲେ। କେତେକ ସର୍ତ୍ତାବଳୀ ସହିତ ଏହି ଏହି ଆପ ଉପରୁ ବ୍ୟାନ ହଟାଇଥିଲେ କୋର୍ଟ। ଏହି ଆପରେ କୌଣସି ଅଶ୍ଳୀଳ ଭିଡିଓ ଅପଲୋଡ ହେବନାହିଁ ବୋଲି କୋର୍ଟ କହିଥିଲେ। ଅଶ୍ଳୀଳ ଭିଡିଓ ଅପଲୋଡ ହେଲେ ତାହାକୁ ଅଦାଲତ ଅବମାନନା ଭାବେ ବିବେଚନା କରାଯାଇ ମାମଲା ଚାଲିବ ବୋଲି କୋର୍ଟ କହିଥିଲେ।

Comment