ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଭିଡିଓ। ମ୍ୟୁଜିକ ଭିଡିଓ ଆପ୍ ଟିକଟକ୍‌ରେ ଶ୍ରୀମନ୍ଦିର ଭିତରର ଏକ ଭିଡିଓଟି ଭାଇରାଲ ହୋଇଛି।

ଶ୍ରୀମନ୍ଦିର ଭିତର ବେଢ଼ା, ଭୋଗ ମଣ୍ଡପ ଓ ଅବଢ଼ା ବଢ଼ାଯିବା ବେଳର ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି।

ଜଣେ ଯୁବତୀ ପ୍ରଥମେ ତାଙ୍କ ଟିକଟକ୍ ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଥିଲେ। ଯାହାକି ଅଳ୍ପ କିଛି ସମୟ ମଧ୍ୟରେ ଭାଇରାଲ ହୋଇଥିଲା। ତେବେ ଏତେ ଯାଞ୍ଚ ସତ୍ତ୍ୱେ ବି ଶ୍ରୀମନ୍ଦିର ଭିତରକୁ ମୋବାଇଲ କେମିତି ଗଲା ଏବେ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

Comment