ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ମୋବାଇଲରେ ଟିକ୍‌ଟକ୍‌ କରିବା ଯବାନଙ୍କୁ ପଡ଼ିଲା ମହଙ୍ଗା। ଟିକ୍‌ଟିକ୍‌ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସହ ଝଗଡ଼ା ଯୋଗୁଁ ଖାଇଲେ ମାଡ଼। ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିଲେ ଗାଁ ଲୋକ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥ ନୂଆ ଗାଁ ନିକଟରେ।

ସୁରଜ କୁମାର ଜେନା ସିଆର୍‌ଏଫ୍‌ରେ ଯବାନ ଭାବେ କାର୍ଯ୍ୟରତ ଅଛନ୍ତି। ମାତ୍ର କିଛି ଦିନ ତଳେ ଗାଁକୁ ଛୁଟି କଟାଇବାକୁ ଆସିଥିଲେ। ତେବେ ଆଜି ନିଜର ଜଣେ ଯବାନ ସାଥୀଙ୍କ ସହ ନୂଆ ଗାଁ ନିକଟରେ ଏକ ସ୍ଥାନରେ ମୋବାଇଲ୍‌ରେ ଟିକ୍‌ଟକ୍ କରୁଥିଲେ। ଏହି ସମୟରେ ନୂଆ ଗାଁର କିଛି ଯୁବକ ପହଞ୍ଚି ଯିବାରୁ ତାଙ୍କ ସହ ବଚସା ହୋଇଥିଲା ଓ ପରେ ହାତାହାତି ହୋଇଥିଲେ।

ତେବେ ଏହି ଘଟଣାରେ ଗାଁ ଲୋକେ ଉତ୍ୟକ୍ତ ହୋଇ ସୁରଜକୁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପକାଇଥିଲେ। ଖବର ପାଇ ଟାଙ୍ଗୀ ପୋଲିସ୍ ଯବାନ ସୁରଜକୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଛି। ସେହିଭଳି  ଯବାନଙ୍କ ପାଲଟା ଆକ୍ରମଣରେ ଗାଁର ଜଣେ ଯୁବକ ଆହତ ହୋଇଛନ୍ତି।

Comment