ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ତେଲେଙ୍ଗାପେଣ୍ଠଠାରେ ଶନିବାର ଦିନ ଯେଉଁ ଲକଜୁରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ତାହା ଖୁବ ସ୍ପିଡ୍‌ରେ ଆସୁଥିଲା ବୋଲି କଟକ ଡିସିପି କହିଛନ୍ତି। ଭୋର ଭୋରରୁ ଏହି ଗାଡ଼ିଟି ରାସ୍ତା ତଳକୁ ଖସି ଯାଇଥିଲା। ଏଥିରେ ୩ଜଣ ଯୁବକ ପ୍ରାଣ ହରାଇଥିଲେ ଯେଉଁମାନଙ୍କ ଭିତରେ ପୂର୍ବତନ ମନ୍ତ୍ରୀ ଅମର ପ୍ରଧାନଙ୍କ ପୁତ୍ର ଅଙ୍କୁର ପ୍ରଧାନ ବି ଥିଲେ। ପ୍ରାଥମିକ ରିପୋର୍ଟରୁ ଏହା ଜଣାପଡ଼ିଛି।

ତେବେ ଦୁର୍ଘଟଣାର ବିସ୍ତୃତ ଅନୁସନ୍ଧାନ କରାଯିବ ବୋଲି ଡିସିପି କହିଛନ୍ତି। ଏକ ଟେକ୍ନିକାଲ ଟିମ୍ ଓ କଟକ ଆର୍ଟିଓର କର୍ମଚାରୀଙ୍କ ଦ୍ୱାରା ମିଳିତ ଭାବେ ଏହି ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ଶନିବାର ଭୋର ପ୍ରାୟ ୩ଟା ସମୟରେ ୧୬ ନମ୍ଵର ଜାତୀୟ ରାଜପଥ ଦେଇ କଟକରୁ ଭୁବନେଶ୍ଵରକୁ ଆଡ଼କୁ ଏକ କାର୍ ଦ୍ରୁତ ଗତିରେ ଆସୁଥିଲା। କାର୍‌ଟି ତେଲେଙ୍ଗାପେଣ୍ଠଠାରେ ଭାରସାମ୍ୟ ହରାଇ ପାଖରେ ଥିବା ଏକ ଛୋଟ କେନାଲ୍‌କୁ ଖସି ପଡ଼ିଥିଲା। ପ୍ରାୟ ୨ରୁ ଅଢ଼େଇ ଘଣ୍ଟାର କସରତ୍‌ ପରେ ପୋଲିସ କାର୍‌ ମଧ୍ୟରେ ଥିବା ୩ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। କିନ୍ତୁ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା।

Comment