ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବ୍‌ଶୀଘ୍ର ଭାରତରେ ବନ୍ଦ ହୋଇଯାଇପାରେ ଯୁବପିଢ଼ିଙ୍କ ପ୍ରିୟ ସର୍ଟ ମ୍ୟୁଜିକ ଭିଡିଓ ଆପ୍। ଏହି ଆପ୍ ଗୁଡ଼ିକୁ ବନ୍ଦ କରିବାକୁ ଆବେଦନ କରିଛନ୍ତି ବିଜେପି ସାଂସଦ ରାଜୀବ ଚନ୍ଦ୍ରଶେଖର।

ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ କେତେକ ସର୍ଟ ମ୍ୟୁଜିକ ଭିଡିଓ ଦେଖିବାକୁ ମିଳୁଛି। କେତେକ ଭିଡ଼ିଓ ମଜାଦାର ହୋଇଥିଲାବେଳେ ଆଉ କେତେକ ଭିଡିଓର ଅଶ୍ଳୀଳତା ପିଲାମାନଙ୍କୁ ପ୍ରଭାବିତ କରୁଛି।

ଲୋକପ୍ରିୟତା ହାସଲ କରିଥିବା  ଟିକ୍ ଟକ୍, କେୱାଇ ଭଳି ଆପ୍‌ର ପ୍ରମୋସନାଲ ଭିଡଓ ଗୁଡ଼ିକ ସହଜରେ ଫେସବୁକ୍‌ରେ ଦେଖାଯାଉଛି।

ଭାରତରେ ଏହି ଆପ୍‌ ଗୁଡ଼ିକୁ ବ୍ୟାନ କରିବା ପାଇଁ ବିଜେପି ସାଂସଦ ରାଜୀବ ଚନ୍ଦ୍ରଶେଖର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଛନ୍ତି।

ଭାରତରେ ଏହି ଆପ୍‌ଗୁଡ଼ିକୁ ତୁରନ୍ତ ବନ୍ଦ କରିବା ପାଇଁ ସେ ଚିଠିରେ ଲେଖିଛନ୍ତି। ଏହି ଆପ୍‌ ଜରିଆରେ ପିଲାଙ୍କ ଭବିଷ୍ୟତ ଖରାପ ହେଉଥିବା ସେ ଦର୍ଶାଇଛନ୍ତି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଏଥିପ୍ରତି ବିଶେଷ ଧ୍ୟାନ ଦେଉନାହାନ୍ତି ବୋଲି ସେ କହିଛନ୍ତି।

ସାଂସଦଙ୍କ କହିବାନୁସାରେ ଭାରତର ସମୁଦାୟ ଜନସଂଖ୍ୟାର ୪୪.୪ ପ୍ରତିଶତ ଛୋଟପିଲା। ସେମାନଙ୍କୁ ସୁରକ୍ଷିତ ରଖିବା ଆମର ଦାୟିତ୍ଵ। ଏହି ଦୃଷ୍ଟିରୁ ଭାରତରେ ଏହି ଆପ୍‌ଗୁଡ଼ିକୁ ବ୍ୟାନ କରାଯିବ ଉଚିତ କହିଛନ୍ତି ବିଜେପି ସାଂସଦ।

Comment