ଓଡ଼ିଶାଲାଇଭ୍‌ ବ୍ୟୁରୋ

ସକାଳୁ ଆମେ କରୁଥିବା ନିତ୍ୟକର୍ମ ମଧ୍ୟରୁ ଦାନ୍ତ ବ୍ରଶ୍‌ କରିବା ହେଉଛି ଅତ୍ୟନ୍ତ ଜରୁରୀ। ଏହା ନକଲେ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ଥାଏ। ତେବେ ଅନେକ ଲୋକ ମନଇଚ୍ଛା ଯେମିତି ପାରିଲେ ସେମିତି ବ୍ରଶ୍‌ କରିଥା’ନ୍ତି। ଆସନ୍ତୁ ଜାଣିବା ବ୍ରଶ୍‌ କରିବାର ସଠିକ ପ୍ରକିୟା…

change your tooth brush

-ବ୍ରଶ୍‌ କରିବା ପୂର୍ବରୁ କେବେହେଲେ ତାକୁ ପାଣିରେ ଭିଜାନ୍ତୁ ନାହିଁ। କାରଣ ଏହାଦ୍ୱାରା ଟୁଥପେଷ୍ଟ ଠିକ୍ ଭାବେ ସେଥିରେ ଲାଗେନାହିଁ। ଟୁଥପେଷ୍ଟ ପତଳା ହୋଇ ଲାଗିଲେ ଭଲ ଭାବେ ବ୍ରଶ୍‌ ହୋଇନଥାଏ।

-ବ୍ରଶ୍‌ କରିବା ଲାଗି ଅତି ନରମ କିମ୍ବା ଅତି ଟାଣ ବ୍ରଶ୍‌ ବ୍ୟବହାର କରିବା ଅନୁଚିତ। ଏହାଦ୍ୱାରା ଦାନ୍ତ ଭଲ ଭାବେ ସଫା ହୁଏନାହିଁ।

-ସେହିପରି ସବୁବେଳେ ଛୋଟ ଓ ଗୋଲାକାର ବ୍ରଶ୍‌ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ଯେପରିକି ଏହା ପାଟିର ସବୁକୋଣ ଯାଏ ପହଞ୍ଚିପାରିବ। ତେବେ ବ୍ରଶ୍‌ର ହ୍ୟାଣ୍ଡେଲ ଯେପରି ଛୋଟ ନ ହେବ ସେଥିପ୍ରତି ନଜର ରଖନ୍ତୁ।

-ଯଦି ଆପଣଙ୍କର ଦାନ୍ତ ତେଢ଼ାମେଢ଼ା ହୋଇଥାଏ ତା’ ହେଲେ ଜିକ ଜ୍ୟାକ ବ୍ରିସଲ୍ସ ଯୁକ୍ତ ବ୍ରଶ୍‌ ଆପଣଙ୍କୁ ସହାୟକ ହୋଇପାରିବ।

tooth brush

-ବୃତ୍ତାକାର ଗତିରେ ବ୍ରଶ କରିବାକୁ ଚେଷ୍ଟା କରନ୍ତୁ। ପାଟିର ତଳ ମାଢ଼ି, ଉପର ମାଢ଼ିକୁ ଭଲ ଭାବେ ସଫା କରନ୍ତୁ। ବ୍ରଶ୍‌ କରିବା ପରେ ଭଲ ଭାବେ କୁଳି କରନ୍ତୁ। ନହେଲେ ଟୁଥ୍‌ପେଷ୍ଟରେ ଥିବା ଫ୍ଲୋରାଇଡ୍ ଅଂଶ ଦାନ୍ତର କ୍ଷତି କରିବ।

-ଅନେକ ଲୋକ ବ୍ରଶ୍‌ କରିବା ପରେ ତାକୁ ଧୋଇ ଦେଇ ଷ୍ଟାଣ୍ଡରେ ରଖିଦେଇଥାନ୍ତି। ପ୍ରକୃତରେ କିନ୍ତୁ ବ୍ରଶ୍‌କୁ ସେଭଳି ରଖିବା ଅନୁଚିତ। ଏହାଦ୍ୱାରା ବ୍ରଶ୍‌ରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ତେଣୁ ବ୍ରଶ୍‌ କରିବା ପରେ ପାଣି ଝାଡ଼ି ତାକୁ ସବୁବେଳେ ଏକ କଭର ମଧ୍ୟରେ ରଖନ୍ତୁ।

-ପ୍ରତି ୩-୪ ମାସ ମଧ୍ୟରେ ବ୍ରଶ୍‌କୁ ବଦଳାନ୍ତୁ। ଆପଣଙ୍କ ଦାନ୍ତ ପାଇଁ କିଭଳି ଟୁଥବ୍ରଶ୍‌ ଆବଶ୍ୟକ ସେ ସଂପର୍କରେ ଜଣେ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ନେଇପାରିବେ।

-ବ୍ରଶ୍‌ କରିବା ସମୟରେ ଅନେକ ଲୋକଙ୍କର ଦାନ୍ତରୁ ରକ୍ତ ବାହାରିଥାଏ। କିଛି କ୍ଷେତ୍ରରେ ଜୋରରେ ବ୍ରଶ୍‌ କରିବାରୁ ଏଭଳି ହେଉଥିବାବେଳେ ଅନ୍ୟ କିଛି କ୍ଷେତ୍ରରେ ଏହା ଦାନ୍ତ ରୋଗର ଲକ୍ଷଣ ହୋଇଥାଏ। ଏପରି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Comment