ଓଡ଼ିଶାଲାଇଭ୍ ବ୍ୟୁରୋ

ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ। ପାକିସ୍ତାନରୁ ଆସିଥିବା ପଚାଶରୁ ଅଧିକ ହିନ୍ଦୁ ପର୍ଯ୍ୟଟକ ଶୁକ୍ରବାର ରାତିରେ ମହାପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀମନ୍ଦିର ଭିତରେ ଦର୍ଶନ କରିଛନ୍ତି।

ନୂଆବର୍ଷ ଅବସରରେ ବିଭିନ୍ନ ତୀର୍ଥସ୍ଥାନ ବୁଲିବା ପାଇଁ ପାକିସ୍ତାନରୁ ୧୩୩ ଜଣ ପର୍ଯ୍ୟଟକ ଭାରତ ଆସିଛନ୍ତି। ସେମାନଙ୍କ ଭିତରୁ ପଚାଶରୁ ଅଧିକ ହିନ୍ଦୁ ପର୍ଯ୍ୟଟକ ଶୁକ୍ରବାର ପୁରୀରେ ପହଞ୍ଚି ଜଗନ୍ନାଥ ଦର୍ଶନ କରିଛନ୍ତି। ସେମାନେ ପ୍ରଥମେ ମଥୁରାରେ ଦର୍ଶନ କରିବା ପରେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବୋଲି କହିଛନ୍ତି। ଏହାପରେ ସେମାନେ ପୁଣି ହରିଦ୍ୱାର ଓ ବୃନ୍ଦାବନ ଯାଇ ମନ୍ଦିର ଦର୍ଶନ କରିବେ ବୋଲି କହିଛନ୍ତି।ପୁରୀରେ ଜଗନ୍ନାଥ ଦର୍ଶନ କରିବା ସମୟରେ ସେମାନେ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତ ସମ୍ପର୍କ ଶେଷ ହେଇଯାଉ ବୋଲି ପ୍ରାର୍ଥନା କରିଛନ୍ତି। ଏଥିସହିତ ସରକାରଙ୍କ ତରଫରୁ ପୁରୀକୁ ଯେଉଁଭଳି ଭାବରେ ସଜାଯାଇଛି, ତାକୁ ପସନ୍ଦ କରିଛନ୍ତି ଏହି ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ।

 

ସେମାନେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ହୋଇଗଲେ ପ୍ରତିବର୍ଷ ପାକିସ୍ତାନରୁ ବହୁ ହିନ୍ଦୁ ପର୍ଯ୍ୟଟକମାନେ ଭାରତ ଆସି ମନ୍ଦିର ଦର୍ଶନ କରିପାରିବେ। ତେଣୁ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସୁ ବୋଲି ସେମାନେ ଆଶା ରଖିଛନ୍ତି।

Comment