ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୮ ତାରିଖରେ ‘ଭାରତ ବନ୍ଦ’ର ଡାକରା ଦେଇଛି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ। ୧୨ଦଫା ଦାବି ନେଇ ସାରା ଭାରତରେ ଏହି ବନ୍ଦ ପାଳନ କରାଯିବ।
ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଏହି ବନ୍ଦର ଡାକରା ଦେଇଛି। ଏହାକୁ ଓଡ଼ିଶାରେ କଂଗ୍ରେସ ଦଳ ମଧ୍ୟ ସମର୍ଥନ ଜଣାଇଛି। ସାରା ଭାରତରେ ବନ୍ଦ ପାଳନ ହେବା ଦ୍ୱାରା ଗାଡ଼ି ମୋଟର ଚଳାଚଳ ଉପରେ ପ୍ରଭାବ ପଡ଼ିବ। ବନ୍ଦ ସମୟରେ କେବଳ ପରୀକ୍ଷାର୍ଥୀ, କ୍ଷୀର ଗାଡ଼ି ଓ ଔଷଧ ଦୋକାନକୁ ବାଦ୍ ଦିଆଯିବ ବୋଲି କୁହାଯାଇଛି।

ଏଆଇଟିୟୁସି ସହ ହିନ୍ଦୁ ମଜଦୂର ସଭା, ସିଟୁ ଭଳି ୮ଟି ସଙ୍ଗଠନ ଏହି ଧର୍ମଘଟରେ ସାମିଲ ହେବେ। ଏହାବାଦ୍ ରାଜ୍ୟର ଚାଷୀ ମୂଲିଆ ସଙ୍ଗଠନ ମଧ୍ୟ ଏହି ଧର୍ମଘଟରେ ସାମିଲ୍ ହେବେ।

Comment