ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କାକଟପୁର ଲତାହରଣ ପଞ୍ଚାୟତର ଅମୁଣିଆ ପାଟଣା ନିକଟରେ ଉଦ୍‌ଯାପିତ ହୋଇଛି କାଳିଆ ଗରୁଡ଼ ସାଂସ୍କୃତିକ ମହୋତ୍ସବ। ଏହି କାଯ୍ୟକ୍ରମ ଦୁଇ ଦିନ ହେଲା ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କାକଟପୁର ନିର୍ବାଚନ ମଣ୍ଡଳୀ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଅସ୍ତରଙ୍ଗ ବ୍ଲକ୍ ଅଧ୍ୟକ୍ଷ ସ୍ଵାଧିନ ନାୟକ, ଲତହରଣ ସରପଞ୍ଚ ମମତା ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏମ୍‌ପି ରାଜଶ୍ରୀ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏହାକୁ ପ୍ରଶଂସା କରିଥିଲେ।

ଅନ୍ୟପକ୍ଷରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏଭଳି ଏକ କାର୍ଯ୍ୟକ୍ରମ ପ୍ରଥମ କରି ଆରମ୍ଭ କରାଯାଇଥିବାରୁ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଭଳି କାଯ୍ୟକ୍ରମ ଦିନକୁ ଦିନ ହଜିଯାଉଥିବା ବେଳେ ଏହାକୁ ଉଜ୍ଜୀବିତ କରିବା ପାଇଁ ଏହି ପ୍ରୟାସକୁ ମଧ୍ୟ ପ୍ରଶଂସା କରିଥିଲେ। କାକଟପୁର ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କହିଛନ୍ତି।

Comment