ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କାକଟପୁରର ଏକ ଘରୋଇ ଛାତ୍ରାବାସରୁ ୩ଜଣ ଛାତ୍ର ନିଖୋଜ। ଛାତ୍ର ତିନି ଜଣ ନବମ ଶ୍ରେଣୀର ବୋଲି ଜଣାପଡ଼ିଛି। ନିଖୋଜ ଛାତ୍ରମାନେ ହେଲେ ଅସ୍ତରଙ୍ଗ ବଡଗୋଲାର ଦୁଷ୍ମନ୍ତ କୁମାର ସ୍ଵାଇଁ, ଅସ୍ତରଙ୍ଗ ବାଲିଡ଼ିଆର ତନ୍ମୟ ବେହେରା ଓ ଗୋପ ବିଶିଲିପଡ଼ାର ହବିବୁଲ୍ ଅବଦୁଲ ଖାନ୍‌।

ତିନି ଛାତ୍ର ଭୋର ୫ଟାରେ ଗାଧୋଇବା ପାଇଁ କହି କୁଆଡ଼େ ଚାଲିଯାଇଛନ୍ତି। ଏନେଇ ତିନି ଛାତ୍ରଙ୍କ ଅଭିଭାବକମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଏନେଇ ତିନି ଛାତ୍ରଙ୍କ ପରିବାର ପକ୍ଷରୁ କାକଟପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ଅଭିଯୋଗ ପରେ ପୋଲିସ ଛାତ୍ରମାନଙ୍କୁ ଖୋଜାଖୋଜି ଆରମ୍ଭ କରିବା ସହ ହଷ୍ଟେଲକୁ ଯାଇ ପଚରାଉଚରା କରିଛି। ଛାତ୍ରମାନେ ହଷ୍ଟେଲ ଛାଡ଼ି ଯାଇଛନ୍ତି ନା ତାଙ୍କୁ କେହି ଅପହରଣ କରିନେଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Comment