ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଦୋକାନ ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ। ପୁରୀ ଜିଲ୍ଲା କାକଟପୁର ଥାନ ଅନ୍ତର୍ଗତ ନାସିକେଶ୍ୱର ଗାଁ’ରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା।

ଗାଁ’ର ରାଜେଶ କୁମାର ନାମକ ଜଣେ ଯୁବକ କୌଣସି କାରଣବଶତଃ ନିଜ ଦୋକାନ ଭିତରେ ହିଁ ଆତ୍ମହତ୍ୟା କରିଥିଲେ। ସକାଳୁ ତାଙ୍କର ଦୋକାନ ଖୋଲାପଡ଼ିଥିବା ଦେଖି ସ୍ଥାନୀୟ ଅଞ୍ଚଳର କିଛି ଲୋକ ଦୋକାନ ଖୋଲି ଦେଖିବାକୁ ଚେଷ୍ଟା କରିଥିଲେ। ଏହାପରେ ଦୋକାନ ଭିତରେ ଲୋକମାନେ ରାଜେଶଙ୍କୁ ଝୁଲନ୍ତା ମରଶରୀର ଦେଖିବାକୁ ପାଇଥିଲେ।

ଏହାପରେ ଘଟଣା ସ୍ଥଳରେ କାକଟପୁର ପୋଲିସ୍ ଆସି ପହଞ୍ଚିଥିଲା। ମୃତଦେହକୁ ପୋଲିସ୍ ଉଦ୍ଧାର କରିବା ସହିତ ରାଜେଶ କଣ ପାଇଁ ଆତ୍ମହତ୍ୟା କଲେ ଓ ଏହା ପଛର କାରଣ ଖୋଜିବା ପାଇଁ ପୋଲିସ୍ ଛାନଭିନ୍ ଜାରି ରଖିଛି। ଘଟଣା ସ୍ଥଳରୁ ପୋଲିସ୍ ରାଜେଶଙ୍କ ଏକ ହାତଲେଖା ଚିଠି ମଧ୍ୟ ଜବତ କରିଛି।

Comment